Latest Newsପାଣିପାଗ ଓ ପରିବେଶ

କାଶ୍ମୀର ଘାଟିରେ  ୩.୧ ତୀବ୍ରତାର  ଅନୁଭୁତ ହେଲା ଭୂମିକମ୍ପ

ଶ୍ରୀନଗର –   ସୋମବାର କାଶ୍ମୀର ଉପତ୍ୟକାରେ ଭୂମିକମ୍ପ ଅନୁଭୂତ ହୋଇଛି ।  ରିକେଟର ସ୍କେଲରେ ଏହି  ଭୂକମ୍ପର ତୀବ୍ରତା ୩.୧ ଥିଲା । ତେବେ ଏଥିରେ କୌଣସି ସ୍ଥାନରୁ ଭମି ୂକମ୍ପ ହେତୁ କ୍ଷୟକ୍ଷତିର ହେବାର ଖବର ଆସି ନାହିଁ ।

ନ୍ୟାସନାଲ ସେଂଟର ଫର ସେସ୍ମୋଲୋଜି ଅନୁଯାୟୀ, ଭୂମି କମ୍ପର କେନ୍ଦ୍ର ବାରାମୁଲ୍ଲା ଜିଲ୍ଲାରେ ଥିଲା ଏବଂ ରାତି ୦୨:୨୮ ରେ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଏହି ଭୂମିକମ୍ପ ଘଟିଥିଲା । ଏହି ଅଂଚଳରେ ଏକ ବଡ଼ ଭୂକମ୍ପ ସମ୍ପର୍କରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।  ଭୂକମ୍ପ ଯୋଗୁଁ  କୌଣସି କ୍ଷୟକ୍ଷତିର ଖବର ନାହିଁ ।  ତଥାପି, କମ୍ପନ ଅନୁଭବ ହେବା ମାତ୍ରେ ଅନେକ ଲୋକ ନିଜ ଘର, ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନରୁ ବାହାରି କିଛି ସମୟ ପାଇଁ ଖୋଲା ରହିଥିଲେ ।

Related Articles

Leave a Reply

Your email address will not be published.

Back to top button