ଜାତୀୟଦୁର୍ଘଟଣା

ଦିଲ୍ଲୀ ରେ ଭୀଷଣ ଅଗ୍ନିକାଣ୍ଡ…ଜଳିଗଲା 10ଟି କାର ଓ 80 ରିକ୍ସା

ଦିଲ୍ଲୀ ଜାମିଆ ନଗର ଅଞ୍ଚଳରେ ରେ ଅଗ୍ନିକାଣ୍ଡ l ଦିଲ୍ଲୀର ଜାମିଆ ନଗର ମେଟ୍ରୋ ଷ୍ଟେସନ ପାର୍କିଂରେ ଅଗ୍ନିକାଣ୍ଡ ଘଟି ଅତି କମରେ 100 ଟି ଗାଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଏହି ଯାନଗୁଡିକ ମଧ୍ୟରେ 10 ଟି କାର,  30 ଟି ନୂତନ ଇ-ରିକ୍ସା, 50 ଟି ପୁରୁଣା ଇ-ରିକ୍ସା ଏବଂ କିଛି ମୋଟରସାଇକେଲ ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l ଏପର୍ଯ୍ୟନ୍ତ କେହିବି ମୃତାହତ ହୋଇନାହାନ୍ତି ଏବଂ ସାତୋଟି ଅଗ୍ନି ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

ଗତ କିଛି ସପ୍ତାହ ମଧ୍ୟରେ ହିଟ୍ ୱେଭ୍ ମଧ୍ୟରେ ଦିଲ୍ଲୀରେ ଅନେକଗୁଡ଼ିଏ ଅଗ୍ନିକାଣ୍ଡ ଘଟିଥିବାର ଦେଖାଯାଇଛି, ଯେଉଁଥିରେ ମୁଣ୍ଡକାରେ ଘଟିଥିବା ଅଗ୍ନିକାଣ୍ଡ ରେ 27 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ l

Related Articles

Leave a Reply

Your email address will not be published.

Back to top button