ରାଜନୀତି

ଟିଟୋର ସହଯୋଗୀକୁ ଜିଲ୍ଲା ଉପ ସଭାପତି ଭାବେ ଦାୟିତ୍ୱ ମିଳିବା ପରେ ବିଜେଡିରେ ବଢିଲା ବିବାଦ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ଉପ ସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାଙ୍କୁ ଦାୟିତ୍ୱ ମିଳିବା ପରେ ବିଜେଡିରେ ବିବାଦ ବଢିବାରେ ଲାଗିଛି । ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏହି ପ୍ରସଙ୍ଗରେ ପୂର୍ବତନ ଜିଲ୍ଲା ସଭାପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କ ଲିଷ୍ଟ ଦେବା ପାଇଁ ଆମକୁ କୁହାଯାଇଥିଲା । ମୁଁ ବି ଦେଇଥିଲି । କିନ୍ତୁ ମୋ ଲିଷ୍ଟରେ ବାପୁ ପରିଡ଼ା ନାଁ ନଥିଲା । ସେ ନାଁ କେମିତି ଲିଷ୍ଟ କୁ ଆସିଲା ମୁଁ ଜାଣିନି । ପୁର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଜାଣିଛନ୍ତି । ସେ ବାପୁ ପରିଡ଼ା ନାଁ କୁ ଦେଇଛନ୍ତି । ବାପୁ ନାଁ ରେ କେସ ଅଛି । ତାକୁ ପଦ ପଦବୀ ପାଇଁ ମୁଁ ସୁପାରିଶ କରିନି । ଦଳରେ ପଦ ପଦବୀ ଅଥବା ଉପସଭାପତି ପଦକୁ ଦେଖି ଚାହିଁ ଦେବାର ଥିଲା । ପ୍ରଶାନ୍ତ ମୁଦୁଲି ନାଁ ଦେଇଛନ୍ତି ତେଣୁ ତାଙ୍କୁ ପଚାରନ୍ତୁ ବୋଲି କହିଲେ ସମ୍ବିତ । ମୋତେ ନାଁ ଗୁଡା ଅସ୍ୱଭାବିକ ଲାଗିବା ପରେ ମୁଁ ପଚାରିଥିଲି ପ୍ରଶାନ୍ତ ମୁଦୁଲି ମୋତେ କହିଲେ ମୁଁ ଦେଇଛି । ସେ କାହା ଚାପରେ ଦେଇଥିବେ ମୁଁ ଜାଣିନି । ବିଜୁ ପରିବାରର ନୀତି ଅନୁଯାୟୀ ସ୍ୱଚ୍ଛ ନିର୍ମଳ ବ୍ୟକ୍ତି ବିଶେଷକୁ ବାଛିବା ଦରକାର । ପଦବୀଟା ବି ବହୁ ଗୁରୁତ୍ୱପୂର୍ଣ୍ଣ । ଦଳ ହାଇକମାଣ୍ଡ ଯାହା ଆଗକୁ ବିଚାର କରିବେ । ମୁଁ କିଛି କହିବିନି ହାଇକମାଣ୍ଡ ଦଳ ଚଳାଉଛନ୍ତି ସେ ଆପେ ଆପେ ଜାଣିବେ । ସବୁକିଛି ଜାଣୁଛନ୍ତି ଏଇ କଥା ବି ଜାଣିବେ ।

Related Articles

Leave a Reply

Your email address will not be published.

Back to top button