ଜାତୀୟଦୁର୍ନୀତି ଓ କାଣ୍ଡ

ଗିରଫ ହେଲେ ଲେଡି ସିଂଘମ

ଭାବି ସ୍ୱାମୀଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ଆସାମ ପୁଲିସ ଅଫିସର ଜୁନମୋନି ରାଭାଙ୍କ ଗିରଫଦାରିକୁ ନେଇ ସବୁଠି ଚର୍ଚ୍ଚା। ଏବେ ଜେଲରେ ରାଭା। ତେବେ ଭାବି ସ୍ୱାମୀଙ୍କ ଠକେଇ କାରବାରକୁ ପଦାକୁ ଆଣି ନିଜେ କେଉଁ ପ୍ରକାର ଦୁର୍ନୀତିରେ ବୁଡ଼ିଥିଲେ ରାଭା। ଦେଖନ୍ତୁ ଏହି ରିପୋର୍ଟରେ।

ଭାବି ସ୍ୱାମୀଙ୍କୁ ବାନ୍ଧିଥିଲେ। ସେଥିଲାଗି ଚର୍ଚ୍ଚାରେ ଥିଲେ। ଲୋକଙ୍କୁ ଚାକିରୀ ଦେବା ନାଁରେ ଚୂନ ଲଗାଉଥିଲେ ଭାବି ସ୍ୱାମୀ ରାଣା ପୋଗାଗ୍। ଆସାମ ପୁଲିସ ଅଫିସର ଜୁନମୋନି ରାଭା ନିଜର ଭାବି ସ୍ୱାମୀଙ୍କ ଏଭଳି କାରସାଦିକୁ ଧରାଇବାରେ ମାଷ୍ଟରମାଇଣ୍ଡ ଥିଲେ। ଏହା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିସାରିଥିବା ରାଭାଙ୍କୁ ଲେଡି ସିଂଘମର ଆଖ୍ୟା ଦିଆଯାଇଥିଲା। କିନ୍ତୁ ଏହି ପ୍ରଶଂସା ଓ ଆଖ୍ୟା ବେଶୀ ଦିନ ରହିଲାନି। କାରଣ ଭାବି ସ୍ୱାମୀଙ୍କୁ ବନ୍ଧେଇ ଦେଇଥିବା ଏହି ଲେଡି ପୁଲିସ ଅଫିସର ନିଜେ ବି ଏହି କାରସାଦିରେ ଭାଗିଦାରୀ ଥିଲେ। ତଦନ୍ତ ବେଳେ ଏ କଥା ସାମ୍ନାକୁ ଆସିଥିଲା। ଜେରା ବେଳେ ଦୁଇ ଜଣ କଣ୍ଟ୍ରାକ୍ଟର ଟଙ୍କା ନେଣଦେଣ କାରବାରରେ ରାଭାଙ୍କ ସଂପୃକ୍ତି ଥିବା କହିଥିଲେ। ରାଣା ଜୁନମୋନିଙ୍କ ଆଢୁଆଳରେ ରହି ଲୋକଙ୍କଠୁ ଟଙ୍କା ଆଦାୟ କରୁଥିବା ସ୍ପଷ୍ଟ କରିଥିଲେ ତଦନ୍ତକାରୀ ଅଫିସର।

Related Articles

Leave a Reply

Your email address will not be published.

Back to top button