ମାଆ ଦେଲା ନିଜ ଝିଅକୁ ମୁଖାଗ୍ନି

Spread the love

ମାଆ ଦେଲା ନିଜ ଝିଅକୁ ମୁଖାଗ୍ନି। ଏଭଳି କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା। ହଁ, ବିହାର ଗୟାରେ ଏଭଳି ଘଟିଥିବା ଜଣାପଡିଛି। ବିଷ୍ଣୁପଦ ଶ୍ମଶାନ ଘାଟରେ ମୃତ ଝିଅର ଶବ ଶତ୍କାର କରିବା ସହ ମୁଖାଗ୍ନି ଦେଇଛି ମାଆ। ତେବେ ଶ୍ୱଶୁର ଘର ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।  ଏଭଳି ଲୋମଟାଙ୍କୁରା ଦୃଶ୍ୟକୁ ଯେ କେହି ବି ଶୁଣିଲେ ତାଙ୍କ ଆଖିରୁ ଲୁହ ବୋହିଯାଇଛି।

ବିବାହିତା ଝିଅର ହତ୍ୟା ପରେ ନିଜ ମାଆ ଅନ୍ତିମ ସଂସ୍କାର କରି ମୁଖାଗ୍ନି ଦେବା ଘଟଣା, ସାରା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ବିହାରରେ ପ୍ରଥମ କରି ଏଭଳି ଘଟଣା ଘଟିଛି। ବିଷ୍ଣୁପଦ ଥାନା ଅଞ୍ଚଳର ଚାନ୍ଦଚୌରା ନିବାସୀ ହେମନ୍ତ ଚୌଧୁରୀ ଓରଫ ଡବୁଙ୍କ ସ୍ତ୍ରୀ ସପନା କୁମାରୀ। ୩୦ ବର୍ଷୀୟା ସପନାଙ୍କ ଗତ ଗୁରୁବାର ଦିନ ମୃତ୍ୟୁ ହୋଇଥିଲା। ତେବେ ଶବ ବ୍ୟବଚ୍ଛେଦ ପରେ ଝିଅର ଶବଦାହ କରିବାକୁ ନେଇ  ବାପଘର ଏବଂ ଶ୍ୱଶୁର ଘର ଲୋକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରେ ସ୍ଥାନୀୟଲୋକଙ୍କ ହସ୍ତକ୍ଷେପ ପରେ ଝିଅର ମା ସାବିତ୍ରୀ ଦେବୀ ମୁଖାଗ୍ନି ଦେଇଛନ୍ତି।   

ନବାଗଢୀ ନିବାସୀ ବିଷ୍ଣୁ ଉପାଧ୍ୟାୟଙ୍କ ଝିଅ ସପ୍ନା କୁମାରୀଙ୍କ ବାହାଘର ଦୀର୍ଘ ୬ ବର୍ଷ ପୂର୍ବରୁ ଚାନ୍ଦଚୌରା ହେମନ୍ତ ଚୌଧୁରୀଙ୍କ ସହ ହୋଇଥିଲା। ହେଲେ ଗତ ଦୁଇ ବର୍ଷ ହେବ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ଲାଗି ରହୁଥିଲା। ହେଲେ ଗୁରୁବାର ସପ୍ନାଙ୍କ ଗୁରୁବାର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତାଙ୍କର ବେକ ଓ ଶରୀରର କିଛି ସ୍ଥାନରେ କ୍ଷତ ଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ମା ସାବିତ୍ରୀ ଦେବୀ ବିଷ୍ଣୁପଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ସ୍ବାମୀ ହେମନ୍ତଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *