ଜାତୀୟଭାଇରାଲ୍

ଘରେ ୧୦୦ ଅସରପା ପାଳିଲେ ମିଳିବ ଦେଢ ଲକ୍ଷ ଟଙ୍କା…

ଲୋକଙ୍କ ବିଶ୍ଵାସ ଅସରପା ରହିଲେ ଘରକୁ ଲକ୍ଷ୍ମୀ ଆସନ୍ତି । ଅସରପାକୁ ଡରନ୍ତୁ ନାହିଁ କି ଅସରପାକୁ ଘରୁ ଭଗାନ୍ତୁ ନାହିଁ । ତେବେ ଶୁଣିଲେ ହୁଏତ ଆପଣମାନେ ବିଶ୍ଵାସ କରିବେ ନାହିଁ ଶହେ ଅସରପା ପାଳିଲେ କମ୍ପାନୀ ଆପଣଙ୍କୁ ଦେଢ ଲକ୍ଷ ଟଙ୍କା ପୁରସ୍କାର ଦେବ । ଏହି ଖବର ଲୋକ ଙ୍କ ପାଖରେ ପହଞ୍ଚିଲେ ଅସରପା ପାଳିବା ପାଇଁ ଲୋକ ମାନେ ଆଗ୍ରହ ପ୍ରକାଶ କରିବେ ନିଶ୍ଚିୟ । କିନ୍ତୁ କମ୍ପାନୀ ବାହାର କରିଥିବା ଷ୍ପ୍ରେ ବିକ୍ରି କମିଯିବନି ତ । ଆମେରିକାର ଏକ କମ୍ପାନୀ ଅସରପା ରଖୁଥିବା ପରିବାର କୁ ୨୦୦୦ ଡଲାର (ଭାରତୀୟ ମୁଦ୍ରାରେ ଦେଢ ଲକ୍ଷ ଟଙ୍କା) ଅଫର କରୁଛି । ଘରେ ଯାତାୟତ କରୁଥିବା ଅସରପା କୁ ପ୍ରାୟ ସମସ୍ତେ ଘୃଣା କରନ୍ତି । ରୋଷେଇ ଘରେ ଅସରପା ଗୃହିଣୀ ମାନେ ବରଦାସ୍ତ କରନ୍ତି ନାହିଁ । ଅସରପା କୁ ନିପାତ କରିବା ଲକ୍ଷ୍ୟରେ ଥାନ୍ତି ଗୃହିଣୀ । ତେବେ ଅସରପା ପାଳିବା ପାଇଁ କମ୍ପାନୀ କାହିଁକି କହିଛି । ଆପଣଙ୍କୁ କହିରଖିବୁ ଆମେରିକାର ନର୍ଥ କରୋଲିନା ଏକ କମ୍ପାନୀ ନୁଆ ପେଷ୍ଟ କଣ୍ଟେରାଲ ଔଷଧ ଉପରେ ଗବେଷଣା କରୁଛି ।

ଆଉ ଏହି କମ୍ପାନୀ ଶହେ ଅସରପା ଥିବା ଘର ଖୋଜୁଛନ୍ତି ନିଜ କମ୍ପାନୀର ପ୍ରଡକ୍ଟ ବ୍ୟବହାର କରିବା ସହତି ଏହାର କାର୍ଯ୍ୟକାରିତା ଜାଣିବା ପାଇଁ । କୀଡା ମକୋଡା ଖତମ କରିବା ପାଇଁ କମ୍ପାନୀ ଏଭଳି ୫ ରୁ ୭ ଟି ପିରବାର ଖୋଛୁଛି ଯେଉଁଠି ଶହେରୁ ଉର୍ଦ୍ଧ ଅସରପା ଥିବେ ନିଜ କୀଟନାଶକ ବ୍ୟବହାର ସେମାନଙ୍କୁ ସଫା କରିବା ସହ ଏହା ଉପରେ ଫିଲ୍ମ ନିର୍ମାଣ କରିବ କମ୍ପାନୀ । ଏଭଳି ଗବଷଣା କମ୍ପାନୀ ପକ୍ଷରୁ ମାସେ ଲାଗିବ । ରିସର୍ଚ୍ଚ ପରେ ଯଦି କୌଣସି ଘରେ ଅସରପା ରହିଯାଉଛନ୍ତି । ତେବେ କମ୍ପାନୀ ନିଜ ଚେଷ୍ଟାରେ ଅସରାପ କୁ ନିପାତ କରିବ । ଏଭଳି ସ୍କିମ୍‌‍ ଆମେରିକାନ୍‌‍ କମ୍ପାନୀ ପକ୍ଷରୁ ଆମ ଦେଶରେ ଲାଗୁ କଲେ କମ୍ପାନୀ ଲାଭବାନ ହେବା ସହିତ ଲୋକ ମାନେ ଅଫର ଲୋଭରେ ଅସରପା ପାଳିବା ଆରମ୍ଭ କରିବେ । ଅନ୍ୟ କମ୍ପାନୀ ମାନେ ଲୋଭନୀୟ ଅଫର ଦେଇ ଆମ ଦେଶରେ ସଫଳତାର ସହ ବ୍ୟବସାୟୀ କରିବାର ନଜୀର ରହିଛି ।

ସ୍ମରିଜ୍‌‍ତ ଆର୍ୟ୍ୟ, ନକ୍ଷତ୍ର ନ୍ୟୁଜ୍‌

Related Articles

Leave a Reply

Your email address will not be published.

Back to top button