ଜାତୀୟ

୧୦୮ ଜମ୍ମୁ ପୁଲିସ କର୍ମଚାରୀଙ୍କୁ ଗାଲାଣ୍ଟ୍ରୀ ମେଡାଲ

ନୂଆଦିଲ୍ଲୀ: ଦେଶର ୭୬ ତମ ସ୍ୱାଧୀନତା ଦିବସ ଅବସରରେ ୩୪୭ ପୋଲିସ କର୍ମଚାରୀଙ୍କୁ ପୋଲିସ ମେଡାଲ ଫର ଗାଲାଣ୍ଟ୍ରୀ ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ ଏହି ଶ୍ରେଣୀରେ ଜମ୍ମୁ କାଶ୍ମୀରକୁ ମିଳିଛି ୧୦୮ଟି ମେଡାଲ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଜମ୍ମୁ ଡିଜିପି ଦିଲବାଗ ସିଂହ ୧୦୮ଟି ମେଡାଲ ଗ୍ରହଣ କରିଛନ୍ତି ।
ଏହି ମେଡାଲ ଶ୍ରେଣୀରେ ଜମ୍ମୁ ପରେ ମହାରାଷ୍ଟ୍ର ୪୨ ଓ ଛତିଶଗଡ ୧୫ଟି ମେଡାଲ ପାଇଛି । ତେବେ ସିଆରପିଏଫ ଡିଜି କୁଲଦୀପ ସିଂ ସର୍ବାଧିକ ୧୦୯ଟି ଗାଲାଣ୍ଟ୍ରୀ ଆୱାର୍ଡ ଗ୍ରହଣ କରିଛନ୍ତି । ଏହା ସମସ୍ତ ସଶସ୍ତ୍ର ପୁଲିସ ଓ ଅନ୍ୟ ସୁରକ୍ଷା ବଳ ଶ୍ରେଣୀରେ ଆଗରେ ରହିଛି । ସିଆରପିଏଫ ପଛକୁ ବିଏସଏଫ ୧୯ ମେଡାଲ ସହ ଦ୍ୱିତୀୟ ସ୍ଥାନରେ ରହିଛି ।
୩୪୭ ଗାଲାଣ୍ଟ୍ରୀ ମେଡାଲ ମଧ୍ୟରୁ ଜମ୍ମୁ କାଶ୍ମୀରର ୨୦୪ ସୁରକ୍ଷାକର୍ମୀଙ୍କୁ ମିଳିଥିବା ବେଳେ ଲେଫ୍ଟ ୱିଂରୁ ଅତି ସମ୍ବେଦନଶୀଳ ଅଞ୍ଚଳର ୮୦ କର୍ମଚାରୀଙ୍କୁ ଓ ଉତ୍ତର ପୂର୍ବାଞ୍ଚଳରୁ ୧୪ ଜଣଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଛି । ତେବେ ଜମ୍ମୁ କାଶ୍ମୀରରେ ପୁଲିସ ଓ ସୁରକ୍ଷା ବଳ ସର୍ବାଧିକ ଅପରେସନ କରି ବହୁ ଆତଙ୍କୀଙ୍କୁ ନିହତ କରିବାରେ ସକ୍ଷମ ହୋଇ ବହୁ ସଫଳତା ହାସଲ କରିଛି ।
ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ସର୍ବୋତ୍କୃଷ୍ଟ ସେବା ପାଇଁ ୮୭ ପୁଲିସ କର୍ମଚାରୀଙ୍କୁ ପ୍ରେସିଡେଣ୍ଟ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ଏହି କ୍ଷେତ୍ରରେ ଉତ୍ତର ପ୍ରଦେଶ ସର୍ବାଧିକ ୬ ମେଡାଲ ସହ ଆଗରେ ଥିବା ବେଳେ ମଧ୍ୟପ୍ରଦେଶକୁ ୪, ମହାରାଷ୍ଟ୍ର ଓ ତାମିଲ ନାଡୁକୁ ୩ଟି ଲେଖା ମେଡାଲ ମିଳିଛି ।
ସେହିପରି, ମରୋଣତ୍ତର ଭାବେ ୬୪୮ ଜଣ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି । ସେଥିରେ ଉତ୍ତର ପ୍ରଦେଶ ୭୨ ମେଡାଲ ସହ ଆଗରେ ରହିଥିବା ବେଳେ ମହାରାଷ୍ଟ୍ର ୩୯ ମେଡାଲ ସହ ଦ୍ୱିତୀୟ ସ୍ଥାନରେ ଓ ତାମିଲ ନାଡୁ ତଥା ପଶ୍ଚିମ ବଙ୍ଗ ୨୪ ଲେଖା ମେଡାଲ ସହ ତୃତୀୟସ୍ଥାନ ଅଧିକାର କରିଛି । ସ୍ୱାଧୀନତା ଦିବସ ଅବସରରେ ମୋଟ ୧୦୮୨ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button