ଜାତୀୟ
ପୋଲରୁ ଡେଇଁ ୧୨ କଳା ହରିଣଙ୍କ ମୃତ୍ୟୁ

ସୋଲାପୁର: ମହାରାଷ୍ଟ୍ରର ସୋଲାପୁରସ୍ଥିତ ଏକ ପୋଲରୁ ଡେଇଁବାରୁ ୧୨ କଳା ହରିଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଆହତ ହୋଇଛନ୍ତି। ଏସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଦିନ ସୋଲାପୁର-ବିଜାପୁର ରାଜମାର୍ଗରେ ଥିବା ପୋଲରେ ଏହି ଘଟଣା ଘଟିଛି। ସେ ଆହୁରି କହିଛନ୍ତି କି, ପୋଲର ଉଚ୍ଚତା ୩୦ ଫୁଟ ଉଚ୍ଚ। ଏତେ ଉଚ୍ଚରୁ ହରିଣମାନେ ଡେଇଁବାରୁ ଏପରି ଅଭାବନୀୟ ଘଟଣା ଘଟିଛି। ଆହତ ଦୁଇ ହରିଣଙ୍କର ବନ ବିଭାଗର ପଶୁ ଚିକିତ୍ସଳୟରେ ଚିକିତ୍ସା ଜାରି ରହିଛି।
ଶନିବାର ସଂଧ୍ୟା ପ୍ରାୟ ସାଢେ ଛଅଟାରେ ଏକ ହରିଣ ପଲ ପୋଲ ଦେଇ ଯାଉଥିବା ବେଳେ ହଠାତ୍ ପୋଲ ଉପରୁ ତଳକୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକମାନେ ପୁଲିସ ଓ ବନ ବିଭାଗ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ସୂଚିତ କରିଥିଲେ। ସୂଚନା ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣ ସବୁକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କ ଚିକିତ୍ସା ଆରମ୍ଭ କରି ଦେଇଥିଲେ।