ଜାତୀୟ

ଆସାମର ୮ ଜିଲ୍ଲାରୁ ୨୧ ପିଏଫଆଇ ସଦସ୍ୟ ଗିରଫ

ନୂଆଦିଲ୍ଳୀ: ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି(ଏନ୍‌ଆଇଏ) ଓ ସ୍ଥାନୀୟ ପୁଲିସର  ମିଳିତ ଚଢାଉ କରି ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ ବା ପିଏଫ୍‌ଆଇ ୨୧ ଜଣଙ୍କୁ ଗିରଫ କରାଯାଇଛି। ଏହି ଚଢାଉ ଆସାମର ୮ଟି ଜିଲ୍ଳାରେ ହୋଇଥିଲା। ପିଏଫଆଇ ବିରୋଧରେ ଏନଆଇଏର କାର୍ଯ୍ୟାନୁଷ୍ଠାନକୁ ଅପରେସନ୍ ଅକ୍ଟେପସ୍‌ ୨.୦ ନାମ ଦିଆଯାଇଛି।। 

ସେହିପରି ମହାରାଷ୍ଟ୍ରରେ ମଧ୍ୟ ପିଏଫଆଇର ୬ ଜଣଙ୍କୁ ଅଟକ ଓ ଥାନେରୁ ୪ ଜଣଙ୍କୁ ଗିରଫ କରାଯାଇଛି। ଦିଲ୍ଲୀରେ ବି ଏପର୍ଯ୍ୟନ୍ତ ୩୦ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ଓ ଲକ୍ଷ୍ନୌରୁ ୧୦ ପିଏଫ୍‌ଆଇ ସଦସ୍ୟଙ୍କୁ ଅଟକ ରଖିଛି ପୁଲିସ୍‌। ଆସାମ ପୁଲିସ୍‌ ପୁଣି ୪ ଜଣ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିଛି। ମଧ୍ୟପ୍ରଦେଶରୁ ୨୧ ପିଏଫ୍‌ଆଇ ସଦସ୍ୟ ଅଟକରେ ରହିଛନ୍ତି।

ଆଜି ୮ଟି ରାଜ୍ୟରେ ଚଢ଼ଉ ପରେ ପ୍ରାୟ ୧୭୦ ପିଏଫ୍‌ଆଇ ସଦସ୍ୟ ଅଟକ ରହିଛନ୍ତି। ଏଏନ୍‌ଆଇ ମଧ୍ୟ ୩୦ ଜଣରୁ ଅଧିକ ପିଏଫ୍‌ଆଇ ସଦସ୍ୟଙ୍କକୁ ଗିରଫ କରିଛି। ପିଏଫଆଇ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନକୁ ଦେଶବ୍ୟାପୀ ପିଏଫଆଇ ସଦସ୍ୟ ବିରୋଧ କରୁଥିବାରୁ ଦିଲ୍ଲୀର ଜାମିଆ ନଗରରେ ୧୪୪ ଧାରା ଲାଗୁ କରାଯାଇଛି।

Related Articles

Leave a Reply

Your email address will not be published.

Back to top button