ଜାତୀୟଦୁର୍ଘଟଣା

ଆମେରିକାରେ ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନ୍ୟୁୟର୍କ: ଆମେରିକାକୁ ପଢିବାକୁ ଯାଇଥିବା ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ। ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ପ୍ରାଣହରାଇଛନ୍ତି। ୱେଷ୍ଟର୍ଣ୍ଣ ମାସଚୁସେଟ୍ଟସ୍‌ରେ ଛାତ୍ରମାନେ ଯାଉଥିବା କାରଟି ଅନ୍ୟ ଏକ ଗାଡିରେ ହେବାରୁ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଛାତ୍ରମାନେ ହେଲେ ୨୭ ବର୍ଷୀୟ ପ୍ରେମ କୁମାର ରେଡ୍ଡୀ, ୨୨ ବର୍ଷୀୟ ପବୀନ ଗୁଲ୍ଲାପାଲ୍ଲୀ ଓ ୨୨ ବର୍ଷୀୟ ସାଇ ନରସିଂମା ପାଟାମସେଟ୍ଟୀ। ଏହି ଦୁର୍ଘଟଣାରେ ଆହତ ହୋଇଥିବା ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।

ସ୍ଥାନୀୟ ପୁଲିସ ଅନୁଯାୟୀ, ସ୍ଥାନୀୟ ସମୟ ଭୋର ୫.୩୦ରେ ୱେଷ୍ଟର୍ଣ୍ଣ ମାସଚୁସେଟ୍ଟସ୍‌ରେ ବିପରିତ ଦିଗରୁ ଦୁଇଟି ଗାଡି ଦ୍ରୁତ ବେଗରେ ଆସୁଥିବା ବେଳେ ଉଭୟଙ୍କ ଭିତରେ ଧକ୍କା ହୋଇଥିଲା। ଏଥିରେ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇ ବେର୍କିଶି ମେଡିକାଲ ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି।  

ଗୋଟିଏ କାରରେ ଥିବା ୭ ଭାରତୀୟଙ୍କ ମଧ୍ୟରୁ ୬ ଜଣ ନ୍ୟୁ ହାଭେନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ଜଣେ ସାକ୍‌ରେଡ ହାର୍ଟ ବିଶ୍ୱବିଦ୍ୟାଳର ଛାତ୍ର। ଅନ୍ୟ ଗାଡ଼ିରେ ଡ୍ରାଇଭର ଏକା ଥିଲେ। ତାଙ୍କୁ ଫେୟାର ଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related Articles

Leave a Reply

Your email address will not be published.

Back to top button