ଜାତୀୟ

ଅଗ୍ନିକାଣ୍ଡରେ ୩୦୦ ଦୋକାନ ଜଳି ପାଉଁଶ

ଜୋରହାଟ: ଗୁରୁବାର ରାତିରେ ଆସମ ଜୋରହାଟର ଚୌକ ବଜାରରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୩୦୦ରୁ ଅଧିକ  ଦୋକାନ ଜଳି ପାଉଁଶ ହୋଇଯାଇଥିବା ଅଧିକାରିକ ସୂଚନା ରହିଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜୋରହାଟ ଡିସିପି ପୁଲକ ମହାନ୍ତ ଶୁକ୍ରବାର ସୂଚନା ଦେଇଛନ୍ତି।

ସଦ୍ୟତମ ସୂଚନା ମୁତାବକ, ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା କି, ଗତ ରାତିରେ ବଜାରରେ ନିଆଁ ଲାଗିଥିବା ବେଳେ କିନ୍ତୁ ଶୁକ୍ରବାର ସକାଳେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଗୁରୁବାର ରାତି ପ୍ରାୟ ୮.୩୦ରେ ଜୋରହାଟର ଚୌକ ବଜାରରେ ନିଆଁ ଲାଗିଯାଇଥିଲା। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୩-୪ଟି ଦୋକାନ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆହୁରି ଭୟଙ୍କର ରୂପ ଧାରଣ କରିଥିଲା। ରାତି ୧ଟା ସୁଦ୍ଧା ପୂରା ବଜାର ନିଆଁରେ ହୁତୁହୁତୁ ହୋଇ ଜଳୁଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button