ଜାତୀୟ

୭୦ରୁ ଊର୍ଦ୍ଧ୍ୱ ଘୁଷୁରୀ ମୃତ, କାରଣ ଅସ୍ପଷ୍ଟ

ଭଦ୍ରକ: ଭଦ୍ରକରେ ଘୁଷୁରୀ ମଡକ। ୭୦ରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ ହୋଇଯାଇଛି। ତେବେ କେଉଁ କାରଣରୁ ଘୁଷୁରୀଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡି ନଥିବା ବେଳେ ଘୁଷୁରୀ ପାଳକ ଫେରାର ଅଛନ୍ତି। ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଭଦ୍ରକ ଧାମନଗରରୁ ଯାଜପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦପୁର ନିକଟରେ ବହୁ ସଂଖ୍ୟକ ଘୁଷୁରୀ ମରିଥିବା ଦେଖିବାକୁ ମିଳିଛି । ଧାନ ଜମିରେ ବିକ୍ଷିପ୍ତ ଭାବେ ଘୁଷୁରୀଙ୍କ ମୃତ ଶରୀର ପଡ଼ିରହିଛି। ଗତକାଲି ଘୁଷୁରୀ ମାଲିକ ଘୁଷୁରୀଙ୍କୁ ଉକ୍ତ ସ୍ଥାନରେ ଚରାଉଥିବା ସ୍ଥାନୀୟ ଲୋକ ଦେଖିଥିବାବେଳେ କିପରି ଏତେ ସଂଖ୍ୟକ ଘୁଷୁରୀ ମୃତ୍ୟୁ ହୋଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଘୁଷୁରୀ ମାଲିକ ଫେରାର ଥିବାବେଳେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି ।

Related Articles

Leave a Reply

Your email address will not be published.

Back to top button