ଜାତୀୟ

ତୃତୀୟ ଜାତୀୟ ଲୋକ ଅଦାଲତରେ ୭୪ ଲକ୍ଷ ମାମଲାର ସମାଧାନ

ନୂଆଦିଲ୍ଲୀ: ଶନିବାର ୨୦୨୨ ବର୍ଷ ପାଇଁ ଦିଲ୍ଲୀକୁ ଛାଡି ସମସ୍ତ ୩୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ତୃତୀୟ ଜାତୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ଏନଏଏଲଏସଏ)ର ଅଧ୍ୟକ୍ଷ ଜଷ୍ଟିସ ୟୁ ୟୁ ଲଲିତଙ୍କ ଅଧ୍ୟକ୍ଷତାରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ଲଲିତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଲୋକଅଦାଲତ ଅଧ୍ୟକ୍ଷ ତଥା ସମ୍ପାଦକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଦିଶା ନିର୍ଦ୍ଦେଶ କରିଥିଲେ ।

ଆଲୋଚନା କାଳରେ ଜଷ୍ଟିସ ଲଲିତ ଲୋକ ଅଦାଲତ ଦ୍ୱାରା ସୃଷ୍ଟ ଇତିହାସ ଉପରେ ଆଲୋକପାତ କରିଥିଲେ । ଦେଶର ଆଇନଗତ ବିବାଦରେ ଲୋକ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ବହୁ ବିବାଦର ସମାଧାନ କରି ପଡି ରହିଥିବା ମାମଲାରେ ହ୍ରାସ କରିଛି । ଲୋକ ଅଦାଲତ ବଞ୍ଚିତ ବର୍ଗଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇଥିବା କହିଛନ୍ତି ଜଷ୍ଟିସ ଲଲିତ ।

ଜଷ୍ଟିସ ଲଲିତ କହିଥିଲେ କି, ଲୋକ ଅଦାଲତ ଉଭୟ ସଂସ୍ଥା ଓ ଆବେଦନକାରୀଙ୍କ ମଧ୍ୟରେ ଏକ ସମ୍ପର୍କର ସେତୁ ପାଲଟିଛି । କିଛି ବର୍ଷ ଧରି ଲୋକ ଅଦାଲତ ବିଭିନ୍ନ ଅଦାଲତରେ ପଡି ରହିଥିବା ବହୁ ମାମଲାର ସମାଧାନ କରିବା ଦିଗରେ ସହାୟକ ହୋଇ ଅଦାଲତର ବୋଝ କମାଇବାରେ ଗୁରୁତ୍ୱ ବହନ କରିଛି । ପ୍ରତି ଲୋକଙ୍କ ପାଖରେ ନ୍ୟାୟ ପହଞ୍ଚାଇବାରେ ସହୟକ ହୋଇଛି । ନ୍ୟାୟ ପାଇବା ଆଜି ଲୋକ ଅଦାଲତ ପାଇଁ ଗରିବ ଶ୍ରେଣୀ ନିକଟରେ ଏକ ଧନାଢ୍ୟ ମାମଲା ହୋଇ ନାହିଁ ।

ବିଶ୍ୱ ମହାମାରୀ କାଳରେ ଏକ ବିରାଟ ସଂକଟ ଦେଇ ଗତିକରୁଥିଲା ଓ ଅଦାଲତରେ ବହୁ ସଂଖ୍ୟାରେ ମାମଲା ବିଚାର ନ ହୋଇ ପଡିରହିଛି । ଅଦାଲତର ଏହି ଭାର କମ କରିବାକୁ ରାଜ୍ୟ ଗୁଡିକର ଲୋକ ଅଦାଲତ ଦ୍ୱାରା ହୋଇଥିବା ବିଭିନ୍ନ ସେସନରେ ସମ୍ଭବ ହୋଇଛି ।

ଦ୍ୱିତୀୟ ଏନଏଲଏରେ ମୋଟ ୯୫, ୭୮, ୨୦୯ ମାମଲାର ସାମାଧାନ କରାଯାଇଛି ମୋଟ ୯,୪୨୨ କୋଟି ଟଙ୍କାରେ । ଶେଷ ରିପୋର୍ଟ ଅନୁଯାୟୀ ଦେଶରେ ୭୪ ଲକ୍ଷ ମାମଲାର ସମାଧାନ ହୋଇଛି, ଯେଉଁଥିରେ ୧୬,୪୫ ଲକ୍ଷ ଲମ୍ବିତ ମାମଲା ଓ ୫୮,୩୩ ଲକ୍ଷ ପୂର୍ବ ବିବାଦ ରହିଛି । ଏହି ସମାଧାନ ପାଇଁ ମୋଟ ୫,୦୩୯ କୋଟି ଟଙ୍କା ଲାଗିଛି ।

Related Articles

Leave a Reply

Your email address will not be published.

Back to top button