ଓଡ଼ିଶାଘଟଣା

ବ୍ରାହ୍ମଣୀ ନଦୀରେ ପୁଣି କୁମ୍ଭୀର ଆତଙ୍କ, ଶୌଚ ବେଳେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଞ୍ଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଥିବା ଖବର ମିଳିଛି । ଆଜି ସକାଳେ ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଛକି ରହିଥିବା କୁମ୍ଭୀର ବୃଦ୍ଧଙ୍କୁ ପାଣି ଭିତରକୁ ଟାଣି ନେଇଛି । ସେ ହେଲେ ଘାଗରାଡିଆ ଗ୍ରାମର ଗଙ୍ଗାଧର ତରାଇ (୫୬) ବୋଲି ଜଣାପଡିଛି । ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଏଯାଏଁ ତାଙ୍କର କୌଣସି ପତା ମିଳିନାହିଁ ।

ପ୍ରକାଶ ଥାଉକି, ଚଳିତ ମାସ କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ମୁହଁରେ ଜୀବନ ଯିବା ଏହା ତୃତୀୟ ଘଟଣା । ଗତ ପହିଲି ରଜରେ ପଟ୍ଟାମୁଣ୍ଡାଇ ନିମପୁରୁ ଗ୍ରାମର ଆଶୁତୋଷ ଆଚାର୍ଯ୍ୟ ନାମକ ୧୦ ବର୍ଷର ନାବାଳିକଙ୍କୁ କୁମ୍ଭୀର ଟାଣି ନେଇ ମାରି ଦେଇଥିବା ବେଳେ ଗତ ସପ୍ତାହ ବୁଧବାର ୨୧ ତାରିଖରେ ରାଜନଗର ହାତିଆଗଡି ଗାଁର ଜଣେ ୪୨ ବର୍ଷୀୟା ମହିଳା ସୀତାରାଣୀ ଦାସଙ୍କୁ କୁମ୍ଭୀର ଟାଣି ନେଇ ମାରି ଦେଇଥିଲା । ଆଉ ଏବେ ଗଙ୍ଗାଧର ତରାଇଙ୍କୁ ଟାଣି ନେଇଛି କୁମ୍ଭୀର । ଏହି ଖବର ପ୍ରଚାରିତ ହେବା ପରେ ସାଧାରଣରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି ।

Leave a Reply

Your email address will not be published.

Back to top button