ଅପରାଧଜାତୀୟ

ଗୁଳି ମାରି ବିଜେପି ନେତାଙ୍କୁ ହତ୍ୟା

ପାଟନା: ବିହାର କଟିହାରରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା। ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜିବ ମିଶ୍ରାଙ୍କୁ ଘରୁ ଡାକି ନେଇ ଗୁଳି ମାରିଲା ଦୁର୍ବୃତ୍ତ। ଗୁଳି ମାରି ଅଭିଯୁକ୍ତ ବାଇକରେ ମାରିଲା ଫେରାର।

କଟିହାରର ବାରସୋଇ ଅନୁମଣ୍ଡଳ ତେଲତା ଥାନା ଅଞ୍ଚଳରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜିବ ମିଶ୍ରାଙ୍‌କୁ ସୋମବାର ସକାଳୁ ଗୁଳି କରି ହତ୍ୟା କରାଯାଇଛି।  ପୁଲିସ ଅନୁଯାୟୀ, ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟା ହୋଇଥିବା ସୂଚନା ରହିଛି। ସୋମବାର ସକାଳୁ କେହି ଅଜ୍ଞାତ ବ୍ୟକ୍ତି ତାଙ୍କ ଘର ବାହାରେ ତାଙ୍କ ନାଁ ନେଇ ଡାକିଥିଲେ। ସେ ବାହାରକୁ ଆସିବାରୁ ତାଙ୍କ ଉପରକୁ ଗୁଳି ଚଳାଇ ସେହି ବ୍ୟକ୍ତି ସେଠାରୁ ବାଇକରେ ଫେରାର ହୋଇଯାଇଥିଲା। ଗୁଳି ଶବ୍ଦ ଶୁଣି ଘର ଲୋକେ ଓ ପଡୋଶୀ ବାହାରକୁ ଆସି ଦେଖନ୍ତି, ସଞ୍ଜିବଙ୍‌କ ରକ୍ତଜୁଡୁବୁଡୁ ମୃତଦେହ ପଡିଥିଲା।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଙ୍ଗାମା ଦେଖାଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।  ତେଲତା ଓପି ଅଞ୍ଚଳ ବିହାର ବଙ୍ଗାଲ ବର୍ଡରରେ ଅବସ୍ଥିତ ଅଳ୍ପସଂଖ୍ୟକ ବହୁଳ କ୍ଷେତ୍ର। ଏଠାରେ ବହୁ ବର୍ଷରୁ ସଞ୍ଜିବ ରାଜନୀତି କରୁଥିଲେ। ଅଞ୍ଚଳରେ ସେ ଜଣେ ଲୋକପ୍ରିୟ ନେତା ମଧ୍ୟ ଥିଲେ।

Related Articles

Leave a Reply

Your email address will not be published.

Back to top button