ଜାତୀୟ

ପ୍ରିୟଙ୍କା ଗାନ୍ଧୀ ମା ନର୍ମଦାଙ୍କ କଲେ ପୁଜା, ନିର୍ବାଚନ ଅଭିଯାନର କଲେ ଶଂଖନାଦ

ଜବଲପୁର : କଂଗ୍ରେସର ଜାତୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସୋମବାରଦିନ ମଧ୍ୟପ୍ରଦେଶରେ ଗୋଟିଏ ଦିନ ଗସ୍ତରେ ଜବଲପୁରରେ ପହଞ୍ଚିଛନ୍ତି । ସେ ଏଠାରେ ଏହି ବର୍ଷର ଶେଷରେ ରାଜ୍ୟରେ ରାଜ୍ୟ ବିଧାନସଭା ନିର୍ବାଚନର ଶଙ୍ଖନାଦ ପାଇଁ ଆସିଛନ୍ତି । ସେ ସର୍ବପ୍ରଥମେ ରବାରିଘାଟରେ ୧୦୧ ବ୍ରାହ୍ମଣଙ୍କ ସହିତ ୨୦ ମିନିଟ୍ପାଇଁ ନର୍ମଦା ପୁଜନର କାର୍ଯ୍ୟ କ୍ରମ ରହିଛି । ଏହା ପରେ ସେ ସହିଦ ସ୍ମାରକ ଗ୍ରାଉଣ୍ଡ ପହଂଚି ଥିଲେ ଯେଉଁ ଠାରେ ୧୧ ପଣ୍ଡିତ ଶଂଙ୍ଖ ବଜାଇ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ସୋମବାର ସକାଳୁ ବିମାନ ଯୋଗେ ଜବଲପୁର ପହଞ୍ଚିଥିଲେ ଓ ସେ ସେଠାରୁ ଡୁମାନା ବିମାନ ବନ୍ଦରରୁ ସିଧା ନର୍ମଦା ପୁଜନ ପାଇଁ ଯାଇଥିଲେ । ଏହା ପରେ ସେ ଉମାଘାଟରେ ମା ନର୍ମଦାଙ୍କ ପୁଜା ଅର୍ଚନା କରିଥିଲେ । ପରେ ସେ ଭଁଅରତାଲ ଗାର୍ଡନରେ ପହଞ୍ଚି ସେଠାରେ ରାଣୀ ଦୁର୍ଗାବତୀଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ତାଙ୍କ ସହିତ କଂଗ୍ରେସର ଅଧ୍ୟକ୍ଷ କମଳ ନାଥ ସମେତ ବହୁ ସଂଖ୍ୟାରେ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button