ଜାତୀୟସ୍ୱାସ୍ଥ୍ୟ

୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ଅଧିବେଶନରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଉଦ୍ବୋଧନ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ୭୬ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡକ୍ଟର ଡେଡ୍ରୋସ୍ ତଥା ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟମନ୍ତ୍ରୀଗଣ ଯୋଗ ଦେଇଛନ୍ତି । ଚଳିତ ବର୍ଷ ଏହି ଅଧିବେଶନର ଶୀର୍ଷକ ରଖାଯାଇଛି “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ” ।

ସ୍ୱାସ୍ଥ୍ୟ ଆପାତକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି, ମେଡ଼ିକାଲ ପ୍ରତିରୋଧୀ ସାଧନ ଉପଲବ୍ଧ ଏବଂ ଡିଜିଟାଲ ସନବାସ୍ଥ୍ୟ ଭଳି ପ୍ରସଙ୍ଗ ଉପରେ ଜି- ୨୦ ସଂଗଠନର ଅଧ୍ୟକ୍ଷତା ଦାୟିତ୍ୱ ସଂପାଦନ ଅବସରରେ ଭାରତର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ ପରି ଡକ୍ଟ ମାଣ୍ଡଭିୟ କହିଲେ, “କୋଭିଡ଼ ବୈଶ୍ୱିକ ମହାମାରୀ ସମୟର ଅଭୂତପୂର୍ବ ପରିସ୍ଥିତି ଏକ ପରସ୍ପର ସଂଯୋଗା ବିଶ୍ୱ ଗଠନ ପ୍ରୟାସକୁ ଆହୁରି ସୁଦୃଢ଼ କରିଛି ଯାହାକି ଭବିଷ୍ୟତର ସମସ୍ତ ପ୍ରକାର ସ୍ୱାସ୍ଥ୍ୟଗତ ଚାଲେଞ୍ଜର ମୁକାବିଲା କରିପାରିବ ।” କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଅବସରରେ ଏକ ବୈଶ୍ୱିକ ମେଡିକାଲ ପ୍ରତିରୋଧୀ ପ୍ଲାଟଫର୍ମ ଗଠନ ପାଇଁ ପ୍ରସ୍ତାବ ଆଗତ କରିଥିଲେ ଯେଉଁଥିରେ ପ୍ରତିଷେଧକ ଔଷଧ ପ୍ରସ୍ତୁତି ଏବଂ ଗବେଷଣା ଓ ଉତ୍ପାଦନ ବ୍ୟବସ୍ଥା ସମାନ ଭାବେ ବିଶ୍ୱର ବିଭିନ୍ନ ସ୍ଥାନରେ ବାଣ୍ଟିହୋଇ ରହିବ ଏବଂ ଏହାର କ୍ଷେତ୍ରୀୟ ନେଟୱାର୍କ ରଖାଯିବ । ସେହିଭଳି ବୈଶ୍ୱିକ ଡିଜିଟାଲ ସ୍ୱାସ୍ଥ୍ୟ ଉପକ୍ରମ (ଗ୍ଲୋବାଲ୍ ଇନିସିଏଟିଭ୍ ଫର୍ ଡିଜିଟାଲ ହେଲ୍ଥ) ଗଠନ କରାଯିବ । ବୈଶ୍ୱିକ ମେଡ଼ିକାଲ ପ୍ରତିରୋଧୀ ପ୍ଲାଟ୍ଫର୍ମ ସଂପକରେ ବିସ୍ତୃତ ବ୍ୟାଖ୍ୟା କରି ଡକ୍ଟର ମାଣ୍ଡଭିୟ କହିଲେ ଯେ ଏହା ସମସ୍ତ ରାଷ୍ଟ୍ରଙ୍କୁ ନିରାପଦ, ଉଚ୍ଚ ଗୁଣାତ୍ମକ ମାନଯୁକ୍ତ , ସୁଲଭ ତଥା ପ୍ରଭାବୀ ମେଡ଼ିକାଲ୍ ପ୍ରତିରୋଧକ ବ୍ୟବସ୍ଥା ସମାନ ଭାବେ ଉପଲବ୍ଧ କରାଇବା ସୁନିଶ୍ଚିତ କରିବ ।”

ବୈଶ୍ୱିକ ଡିଜିଟାଲ ବୈଷମ୍ୟ ସଂପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡଭିୟ କହିଲେ ଯେ “ଡିଜିଟାଲ ସ୍ୱାସ୍ଥ୍ୟ ପାଇଁ ବୈଶ୍ୱିକ ପ୍ରଭାବ ଦ୍ୱାରା ସମଗ୍ର ବିଶ୍ୱ ପାଇଁ ଏକ ଡିଜିଟାଲ ଜନହିତକର ସାମଗ୍ରୀ ଉତ୍ପାଦନ ବ୍ୟବସ୍ଥାକୁ ପ୍ରୋତ୍ସାହନ କରିବା ନିମନ୍ତେ ଏହା ସର୍ବସମ୍ମତ ମତ ସୃଷ୍ଟି କରିବାରେ ସହାୟକ ହେବ ତଥା ଆବଶ୍ୟକତା ଅନୁସାରେ ଉତ୍ପାଦନ କରିପାରିବା ସହ ଏହାର ଗଣତାନ୍ତ୍ରିକରଣ ମଧ୍ୟ କରାଯାଇପାରିବ । ବିଶେଷ କରି ଏହା ସ୍ୱଳ୍ପ ଓ ମଧ୍ୟମ ଆୟକାରୀ ରାଷ୍ଟ୍ର (ଏଲଏମଆଇଚସ)ମାନଙ୍କ ସକାଶେ ଅଧିକ ସହାୟକ ହେବ । ସେ ଗୁରୁତ୍ୱାରୋପ କରି କହିଲେ ଯେ “ଡିଜିଟାଲ ସ୍ୱାସ୍ଥ୍ୟ ପାଇଁ ବୈଶ୍ୱିକ ପ୍ରୟାସର ଲକ୍ଷ୍ୟ ହେଲା ଏହାକୁ ଏକ ଆନୁଷ୍ଠାନିକ ଢାଂଚା ଭାବେ କାର୍ଯ୍ୟ କରାଇବା ଏବଂ ସର୍ବାଧୁନିକ ପ୍ରଯୁକ୍ତିର ଉପଯୋଗ କରି ଉପଯୁକ୍ତ ଓ ସମୟୋଚିତ ଡିଜିଟାଲ ସମାଧାନ ପନ୍ଥ ବାହାର କରିବା ।” ଡକ୍ଟର ମାଣ୍ଡଭିୟ, ଏହି ଅବସରରେ ନି-କ୍ଷୟ ପ୍ଲାଟଫର୍ମକୁ ସ୍ୱାସ୍ଥ୍ୟ ପ୍ରଯୁକ୍ତି କ୍ଷେତ୍ରରେ ନବସୃଜନ ଓ ପୁଂଜି ନିବେଶର ସର୍ବଶ୍ରେଷ୍ଠ ଉଦାହରଣ ରୂପେ ଉପସ୍ଥାପନ କରିଥିଲେ । ନି- କ୍ଷୟ ପ୍ଲାଟଫର୍ମ ଜରିଆରେ, ଭାରତ ଦେଶରୁ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ନିମନ୍ତେ ବଦ୍ଧପରିପର । ଏହି ପ୍ଲାଟଫର୍ମରେ ଦେଶର ନିଜସ୍ୱ ଗାଣିତିକ ମଡେଲ ରହିଛି ଯାହାକି ରୋଗୀଙ୍କୁ ଆମୂଳଚୂଳ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା, କର୍ମଶକ୍ତି ପ୍ରବାହ ଏବଂ ବିବିଧ ପ୍ରକାର ସେବାଯତ୍ନର ଡିଜିଟାଇଜେସନକୁ ସାମିଲ କରାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ” କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନକୁ ଭୂୟସୀ ପ୍ରଶଂସା କରି ଡକ୍ଟର ମାଣ୍ଡଭିୟ କହିଲେ, “ଏହି ଶୀର୍ଷକର ଭାରତର ଜି- ୨୦ ଅଧ୍ୟକ୍ଷତା ଏବଂ କାର୍ଯ୍ୟକ୍ରମର ଶୀର୍ଷକ “ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ” ତଥା “ଅନ୍ତ୍ୟୋଦୟ” ସହିତ ସାଦୃଶ୍ୟ ରହିଛି । ଅନ୍ତ୍ୟୋଦୟର ଅର୍ଥ ହେଲା ସମାଜର ଶେଷତମ ବ୍ୟକ୍ତିଙ୍କ ନିକଟରେ ପହଞ୍ôଚବା ।” ବିଶ୍ୱରେ କୋଭିଡ- ୧୯ ମହାମାରୀର ପ୍ରଭାବ ସଂପର୍କରେ ଅବତାରଣା କରି କେନ୍ଦ୍ର ମନ୍ତ୍ରୀ କହିଲେ ଯେ ଯଦିଚ ଏହି ମହାମାରୀ ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ବ୍ୟାପକ ଭାବେ ପ୍ରଭାବିତ କରିଥିଲା, ତଥାପି ବର୍ତ୍ତମାନ ଆମକୁ “ସବମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ” ପରିକଳ୍ପନାକୁ ନିଜର କାର୍ଯ୍ୟଧାରାରେ ପରିଣତ କରି ଏବଂ ଏହା ସହ ତାଳଦେଇ କାର୍ଯ୍ୟକ୍ରମରେ ବୃଦ୍ଧି ଘଟାଇବାକୁ ପଡ଼ିବ । ଏହାକୁ ବାସ୍ତବତାରେ ରୂପାନ୍ତରୀତ କରିବା ସହ ଆଗାମୀ ପିଢ଼ିଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବାକୁ ହେବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ବୋଧନର ମୂଳପାଠ ନିମ୍ନରେ ପ୍ରଦାନ କରାଗଲା:

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ” କାର୍ଯ୍ୟସୂଚୀକୁ ଭାରତ ଗ୍ରହଣ କରୁଛି ଯାହାକି ଆମମାନଙ୍କ ସମୂହ ପ୍ରୟାସର ପ୍ରସଙ୍ଗ ଏବଂ ଏହା ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବ । ଭାରତର ‘ଅନ୍ତ୍ୟୋଦୟ’ ନୀତି ସହ ତାଳଦେଇ ଏହା ସମାଜର ଶେଷତମ ବ୍ୟକ୍ତିଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାର ପ୍ରୟାସ କରିବ । ଏହି ଶୀର୍ଷକ ଆଜିର ବିଶ୍ୱର ପାରସ୍ପରିକ ସଂଯୋଗପଣକୁ ଦର୍ଶାଉଛି ।

ଅପ୍ରତ୍ୟାଶିତ କୋଭିଡ଼ ମହାମାରୀ ଆମର ପାରସ୍ପରିକ ସଂଯୋଗୀ ବିଶ୍ୱ କାର୍ଯ୍ୟସୂଚୀକୁ ସୁଦୃଢ଼ କରିଛି ଏବଂ ଏହି କାରଣରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ ଆଧାରରେ ଭାରତର ଜି- ୨୦ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହର ଅନୁସୃତ ନୀତି ଭାବେ ଗ୍ରହଣ କରିଛନ୍ତି । ଆମ ଜି- ୨୦ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ଆପାତ ସ୍ଥିତି ମୁକାବିଲା ପ୍ରସ୍ତୁତି, ଚିକିତ୍ସା ପ୍ରତିଷେଧକ ବ୍ୟବସ୍ଥା ଉପଲବ୍ଧତା ଏବଂ ଡିଜିଟାଲ ସ୍ୱାସ୍ଥ୍ୟକୁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ହାସଲ ଉପରେ ଭାରତ ପ୍ରାଧାନ୍ୟ ଆରୋପ କରେ । ଯକ୍ଷ୍ମା ଭଳି ରୋଗ ବୋଝକୁ ଦୂର କରିବା ନିମନ୍ତେ ସକାରାତ୍ମକ ପଦକ୍ଷେପ ଗ୍ରହଣ ନିମନ୍ତେ ଭାରତ ମଧ୍ୟ ସଂକଳ୍ପବଦ୍ଧ । ଏ ଦିଗରେ ଭାରତ ଏଭଳି ଏକ ନିଜସ୍ୱ ଗାଣିତିକ ମଡେଲ ପ୍ରସ୍ତୁତ କରିଛି ଯାହା ଅଧିକ ବାସ୍ତବଧର୍ମୀ ଏବଂ ଏଥିରେ ସକଳ ପ୍ରକାର ସ୍ଥାନୀୟ ସଫଳତାର ପ୍ରମାଣ ରହିଛି ।

ଆମର ସ୍ୱାସ୍ଥ୍ୟ ପ୍ରଯୁକ୍ତିର ଉପଯୁକ୍ତ ଉପଯୋଗ କରି ନି-କ୍ଷୟ ପ୍ଲାଟଫର୍ମ ଜରିଆରେ ରୋଗୀମାନଙ୍କୁ ଆମୂଳଚୂଳ ସ୍ୱାସ୍ଥ୍ୟସେବା ଯୋଗାଣ, କର୍ମଶକ୍ତି ପ୍ରବାହ ଓ ବିବିଧ ପ୍ରକାର ସେବାର ଡିଜିଟାଇଜେସନ ହାସଲ କରାଯାଇପାରିଛି । ମହାନୁଭବଗଣ, ଆମେ ମଧ୍ୟ ଏହି ଅବସରରେ ଏକ ବୈଶ୍ୱିକ ପ୍ରତିରୋଧୀ ଚିକିତ୍ସା ପ୍ଲାଟଫର୍ମ ଗଠନ ପାଇଁ ପ୍ରସ୍ତାବ ରଖୁଛୁ ଯାହାକି କ୍ଷେତ୍ରୀୟ ନେଟୱାର୍କ ଜରିଆରେ ପ୍ରତିଷେଧକ ଓ ଔଷଧ ତଥା ଗବେଷଣା ଓ ବିକାଶ ସୁନିଶ୍ଚିତ କରିବ ଏବଂ ଏଥି ସହ ଏକ “ବୈଶ୍ୱିକ ଡିଜିଟାଲ ସ୍ୱାସ୍ଥ୍ୟ ଉପକ୍ରମ” ଗଠନର ପ୍ରସ୍ତାବ ଦେଉଛୁ ଯାହା ବୈଶ୍ୱିକ ଡିଜିଟାଲ ବୈଷମ୍ୟକୁ ଦୂର କରିପାରିବ ।’

ବୈଶ୍ୱିକ ପ୍ରତିରୋଧୀ ଚିକିତ୍ସା ପ୍ଲାଟଫର୍ମ ସମସ୍ତ ରାଷ୍ଟ୍ରଙ୍କୁ ନିରାପଦ, ଉଚ୍ଚ ଗୁଣାତ୍ମକ ମାନଯୁକ୍ତ, ସୁଲଭ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧତାକୁ ସୁନିଶ୍ଚିତ କରିବ । ବୈଶ୍ୱିକ ଡିଜିଟାଲ ସ୍ୱାସ୍ଥ୍ୟ ଉପକ୍ରମ ଏକ ଆନୁଷ୍ଠାନିକ ଢାଂଚା ଭାବେ କାର୍ଯ୍ୟ କରିବ ତଥା ଏକ ସକ୍ରିୟ ଓ ବ୍ୟବହାରଯୋଗ୍ୟ ଅତ୍ୟାଧୁନିକ ଡିଜିଟାଲ ପ୍ରଯୁକ୍ତି ସମାଧାନ ଉପାୟ ଯୋଗାଇଦେବ । ଏହିସବୁ ଉପକ୍ରମଗୁଡ଼ିକ ଜରିଆରେ ବିଶ୍ୱବ୍ୟାପୀ ସର୍ବସାଧାରଣଙ୍କ ପାଇଁ ଆବଶ୍ୟକ ଡିଜିଟାଲ ଉପକରଣର ଆବଶ୍ୟକତା ମୁତାବକ ପ୍ରସ୍ତୁତି ଓ ଗଣତାନ୍ତ୍ରିକରଣ ଦିଗରେ ସର୍ବସମ୍ମତ ମତ ଆହରଣକୁ ଆମେ ପ୍ରୋତ୍ସାହିତ କରୁଛୁ । ଏହା ସ୍ୱଳ୍ପ ଓ ମଧ୍ୟମ ଆୟଯୁକ୍ତ ରାଷ୍ଟ୍ର (ଏଲଏମଆଇସି) ମାନଙ୍କ ନିମନ୍ତେ ବିଶେଷ ଭାବେ ସହାୟକ ହେବ । ମହାନୁଭବଗଣ, ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଏବେ ସୁଦ୍ଧା କୋଭିଡ ଜନିତ କ୍ଳାନ୍ତି ଜାରି ରହିଥିବା ସତ୍ତ୍ୱେ, ଆମେ ଆମ ପ୍ରୟାସରେ ଅଟଳ ରହିବାକୁ ପଡ଼ିବ । ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ କେବଳ ଏକ ଆଦର୍ଶ ଆହ୍ୱାନ ନୁହେଁ, ଏହା ଏକ ଜରୁରି ଆବଶ୍ୟକତା ମଧ୍ୟ ।

ତେଣୁ ସମସ୍ତଙ୍କୁ ମୁଁ ନୀତିଠାରୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଆହ୍ୱାନ ଜଣାଇବାକୁ ଚାହେଁ ଏବଂ ଏକ ସମାନତା ନୀତି ଉପରେ ଆଧାରିତ ବିଶ୍ୱ ଗଠନ ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରୁଛି ଯାହାକି ଆମ ସୁସ୍ଥ ଭବିଷ୍ୟତ ପାଇଁ ଜରୁରି ।

Related Articles

Leave a Reply

Your email address will not be published.

Back to top button