ଓଡ଼ିଶା

ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ “କାରଗିଲ୍ ବିଜୟ ଦିବସ” ପାଳିତ

ଭୁବନେଶ୍ୱର : କାରଗିଲ ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଶତୃପକ୍ଷକୁ ଧରାଶାୟୀ କରିଥିଲେ । ଏହି ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଅବସରରେ ଆଜି ଦେଶବ୍ୟାପୀ କାରଗିଲ ବିଜୟ ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ କାରଗିଲ୍ ବିଜୟ ଉତ୍ସବ ପାଳନ କରାଯାଇଛି ।

ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବାର ଶିକ୍ଷା ଦେଇଛି କାରଗିଲ୍ ଯୁଦ୍ଧ । ଏହା ପରେ ରାଷ୍ଟ୍ର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବିଶେଷ ଭାବେ ଗତ ୯ ବର୍ଷର ମୋଦି ଶାସନରେ ଭାରତୀୟ ସେନାର ଶକ୍ତି ବହୁ ବୃଦ୍ଧି ପାଇଛି । ଅଗ୍ନିପଥ ଯୋଜନା ଜରିଆରେ ମୋଦି ସରକାର ଦେଶର ସେନାବହିନୀକୁ ଅଧିକ ସଶକ୍ତ ଓ ସୁଦୃଢ କରିଛନ୍ତି । ସାମରିକ ରାଷ୍ଟ୍ର ଭାବେ ଆଜି ଭାରତବର୍ଷ ସମଗ୍ର ବିଶ୍ୱରେ ନିଜକୁ ପ୍ରତିଷ୍ଟା କରିବାରେ ସଫଳ ହୋଇଛି ।

ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠରେ ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଅବସରପ୍ରାପ୍ତ ସେନାଧିକାରୀ କ୍ୟାପଟେନ କରୁଣାକର ନାଥ, ସର୍ଜେଣ୍ଟ ସୀତେଶ କୁମାର ପଣ୍ଡା, ଦେବରାଜ ସ୍ୱାଇଁ, ଉମେଶ ଚନ୍ଦ୍ର ଚଇନି, ରଞ୍ଜନ କର ପ୍ରମୁଖ ଉପସ୍ଥିତ ରହି କାରଗିଲ୍ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଆଲୋଚନା ଚକ୍ରରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ବିଜେପିର ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

Back to top button