ଜାତୀୟରାଜନୀତି

ଫେବୃଆରୀ ୧୪ରେ ଭାରତ ପାଳିବ କାଓ ହଗ ଡେ

ନୂଆଦିଲ୍ଲୀ: ବୈଦିକ ପରମ୍ପରା ଓ ଗାଈଠାରୁ ମୁଳୁଥିବା ସୁବିଧା ପ୍ରତି ଧନ୍ୟବାଦ ଜ୍ଞାପନ ଲକ୍ଷ୍ୟରେ ଫେବୃଆରୀ ୧୪କୁ କାଓ ହଗ ଡେ ପାଳନ ହେବ।  ଭାଲେଣ୍ଟାଇନ ଡେ କୁ କାଓ ହଗ ଡେ ଭାବେ ପାଳିବାକୁ ଲୋକଙ୍କୁ ଭାରତୀୟ ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି।

ବୋର୍ଡ ପକ୍ଷରୁ କୁହାଯାଇଛି କି, ଆମେ ସମସ୍ତେ ଜାଣୁ କି, ଭାରତୀୟ ସଂସ୍କୃତିର ମେରୁଦଣ୍ଡ ଗାଈ। ଏହା ଗ୍ରାମୀଣ ଅର୍ଥନୀତି, ଜୀବନ ଧାରଣ, ପଶୁ ଧନ ଓ ଜୈବ ବିବିଧତାକୁ ପ୍ରତିନିଧିତ୍ବ କରିଥାଏ। ତେଣୁ ଗାଈକୁ ଆମେ କାମଧେନୁ, ଗୋ ମାତା ଭାବେ ଜାଣୁ। ଏହା ଆମକୁ ମା ପରି ସେବା ଦେଇଥାଏ।  କିନ୍ତୁ ପାଶ୍ଚାତ୍ୟ ସଂସ୍କୃତି ଅନୁକରଣ ଭିତରେ ବୈଦିକ ସଂସ୍କୃତି ବିଲୁପ୍ତ ହେବାକୁ ଯାଉଛି। ଆମେ ଆମ ପ୍ରକୃତ ସଂସ୍କୃତି ଓ ଐତିହ୍ୟକୁ ଭୁଲି ଯାଉଛୁ।

ତେବେ  ଗାଈଠାରୁ ମିଳୁଥିବା ଅପାର ଲାଭ କାରଣରୁ ଗାଈକୁ ଆଲିଙ୍ଗନ କରି ଭାବାତ୍ମକ ସମୃଦ୍ଧି ଆସିଥାଏ। ଏହା ବ୍ୟକ୍ତିଗତ ଓ ସାମୂହିକ ଖୁସି ଦେଇଥାଏ। ତେଣୁ ସମସ୍ତ ଗାଈ ପ୍ରେମୀ ଫେବୃଆରୀ ୧୪ ତାରିଖରେ ଗାଈକୁ ଆଲିଙ୍ଗନ କରି ଜୀବନକୁ ସୁଖଦ କରିବା ସହ ସାକାରାତ୍ମକ ଉର୍ଜ୍ଜାରେ ଭରିବାକୁ ଆହ୍ବାନ ଦିଆଯାଇଛି।

ପଶୁ କଲ୍ୟାଣ ବୋର୍ଡର ଆହ୍ବାନ ପରେ ଉତ୍ତର ପ୍ରଦେଶ ପଶୁ ସମ୍ପଦ ମନ୍ତ୍ରୀ ଧରମପାଲ ସିଂହ  ଲୋକଙ୍କୁ ଫେବୃଆରୀ ୧୪ ତାରିଖରେ କାଓ ହଗ ଡେ ପାଳିବାକୁ ଅପିଲ କରିଛନ୍ତି। ମନ୍ତ୍ରୀ ସିଂହ କହିଛନ୍ତି, ଗାଈ ବିଶ୍ବର ମା ଓ ଏହା ବିଶ୍ବରରେ ଏକମାତ୍ର ପଶୁ ଯାହାର ଗୋବର ଓ ମୁତ୍ର ଔଷଧ ଭାବେ ବ୍ୟବହାର ହୋଇଥାଏ। ଗାଈର ଆତ୍ମୀୟ ସ୍ପର୍ଶ ଅନେକ ରୋଗ ମଧ୍ୟ ଭଲ କରିଥାଏ। ତେଣୁ ଲୋକେ ଭାଲେଣ୍ଟାଇନ ଡେ ପାଳନ ପରିବର୍ତ୍ତେ କାଓ ହଗ ଡେ ପାଳିବା ଉଚ୍ଚିତ ବୋଲି କହିଛନ୍ତି।  

ପଶୁ କଲ୍ୟାଣ ବୋର୍ଡର ଅପିଲକୁ ନେଇ ଉଦ୍ଧବ ବାଲାସାହେବ ଥାକରେ ନେତା ସଞ୍ଜୟ ରାଉତ କହିଛନ୍ତି ବିଲିୟନିୟର ଗୌତମ ଆଦାନୀ ବିଜେପି ପାଇଁ ପବିତ୍ର ଗାଈ। ସେମାନେ ସେହି ପବିତ୍ର ଗାଈକୁ ଭାଲେଣ୍ଟାଇନ ଡେରେ ଆଲିଙ୍ଗନ କରିବା ବେଳେ ଆମ ପାଇଁ ଅନ୍ୟ ଗାଈଙ୍କୁ ଛାଡିଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button