Ganjam

ଅପରାଧୀ ଶଙ୍କର ବେହେରା ଗିରଫ

ଗଞ୍ଜାମ : ହତ୍ୟାକାଣ୍ଡରେ ସମ୍ପୃକ୍ତ ଥାଇ ବହୁ ବର୍ଷ ଧରି ଆତ୍ମଗୋପନ କରିଥିବା ଅପରାଧୀ ଶଙ୍କର ବେହେରା ଓରଫ କୋକୋକୁ ଗିରଫ କରିଛି ଗୋଷାଣୀନୂଆଗାଁ ଥାନା ପୋଲିସ । ଦୁଇ ଦିନ ତଳେ ସେସନ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶଙ୍କରର ନେହେରୁ ନଗରରେ ଥିବା ବାସଭବନ ସମେତ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତିକୁ ଜବତ କରାଯାଇଥିଲା । ଫଳରେ ଖବର ପାଇ ଶଙ୍କର ଗତକାଲି ବିଳମ୍ବିତ ରାତ୍ରୀରେ ପରିବାର ସଦସ୍ୟଙ୍କୁ ଦେଖା କରିବାକୁ ଆସିଥିବା ବେଳେ କୌଣସି ସୂତ୍ରରୁ ଗୋଷାଣୀନୂଆଗାଁ ପୋଲିସ ଖବର ପାଇ ଶଙ୍କରକୁ ଆଜି ସକାଳୁ ଗିରଫ କରିବାରେ ସଫଳ ହୋଇଛି ।

ସୂଚନା ଥାଉକି, ଶଙ୍କର ୨୦୦୬ ମସିହା ଅକ୍ଟୋବର ମାସରେ ବ୍ରହ୍ମପୁର ରେଳ ଷ୍ଟେସନ କାଳୀ ମନ୍ଦିର ନିକଟରେ ହୋଇଥିବା ଗଣେଶ ସାହୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା । ପରେ କୋର୍ଟଙ୍କ ପକ୍ଷରୁ ୨୦୦୯ ମସିହାରେ ତା ବିରୋଧରେ ୱାରେଂଟ ଜାରି କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button