କୋର୍ଟଜାତୀୟ

ହେଟ୍ ସ୍ପିଚ୍ ମାମଲାରେ ଆଜମ୍ ଖାନଙ୍କୁ ୩ ବର୍ଷ ଜେଲଦଣ୍ଡ

ରାମପୁର: ସମାଜବାଦୀ ପାର୍ଟି ନେତା ଆଜମ୍ ଖାନଙ୍କୁ ରାମପୁର କୋର୍ଟ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ହିଂସା ଉଦ୍ରେକକାରୀ ଭାଷଣ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏଭଳି ଦଣ୍ଡରେ ଦଣ୍ଡିତ କରିଛନ୍ତି। କେବଳ ଆଜମ୍ ଖାନ ନୁହଁନ୍ତି ଅନ୍ୟ ଦୁଇଜଣଙ୍କୁ ମଧ୍ୟ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୩ ଜଣଙ୍କ ଉପରେ ୨ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି।

ଏକ ହେଟସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆଜମ୍ ଖାନ୍। ଉତ୍ତରପ୍ରଦେଶର ଏକ କୋର୍ଟ ଗୁରୁବାର ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କେବଳ ଆଜମ୍ ଖାନ ନୁହଁନ୍ତି ଅନ୍ୟ ଦୁଇଜଣଙ୍କୁ ମଧ୍ୟ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୩ ଜଣଙ୍କ ଉପରେ ୨ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି।ଉତ୍ତରପ୍ରଦେଶର ରାମପୁରରେ ଘୃଣା ଓ ଉସକାଇଲା ଭଳି ଭାଷଣ ଦେଇଥିଲେ ଆଜମ୍ ଖାନ୍। ତେବେ କୋର୍ଟ ଆଜି ତାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି।

୨୦୧୯ରେ ଆଜମ୍ ଖାନଙ୍କ ବିରୋଧରେ ହେଟ୍ ସ୍ପିଚ୍ ଅଭିଯୋଗ ଆସିଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ବୟାନ ପାଇଁ ଆଜମ୍ ଖାନଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।୨୦୧୯ ଏପ୍ରିଲ ୭ ତାରିଖରେ ରାମପୁରର ମହମ୍ମଦ ଆଜମ୍ ଖାନ୍ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବା ବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆଣିଥିଲେ ଗୁରୁତର ଅଭିଯୋଗ। ତାଙ୍କର ଏହି ଭାଷଣ ବିରୋଧି ପାଇଁ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ବିଜେପି ନେତା ଅଜୟ ସକ୍ସେନା ଏହାକୁ ନେଇ ଆଜମ ଖାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏଥିସହ ଆଜମ ଖାନଙ୍କ ବିରୋଧରେ ନିର୍ବାଚନ ଆୟୋଗର ଭିଡିଓ ଟିମ୍ ଇନଚାର୍ଜ ଦ୍ୱାରା ଏକ ଏଫଆଇଆର୍ ମଧ୍ୟ ରୁଜୁ କରାଯାଇଥିଲା। ଆଜି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ। ଆଜମ ଖାନଙ୍କ ବିରୋଧରେ ହେଟ୍ ସ୍ପିଚ୍ ଦେବା ଓ ଘୃଣା ସୃଷ୍ଟି କରାଇବା ଭଳି ଗୁରୁତର ମାମଲାରେଆଜମ ଖାନଙ୍କୁ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।

ସେପଟେ ଦଣ୍ଡ ଘୋଷଣା ହେବା ପରେ ଆଜମ ଖାନଙ୍କ ବିଧାନସଭା ସଦସ୍ୟ ପଦ ଉପରେ ଝୁଲୁଛି ଖଣ୍ଡା। ଯଦି କୌଣସି ମାମଲାରେ ଦୋଷୀଙ୍କୁ ୨ ବର୍ଷ କିମ୍ୱା ଏହାଠାରୁ ଅଧିକ ଜେଲ ଦଣ୍ଡ ହୁଏ। ତେବେ ସେ ନିଜ ବିଧାୟକ ଏବେ ଏମପି ପଦ ହରାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହି ନିୟମ ଅନୁଯାୟୀ, ଆଜମ ଖାନଙ୍କୁ ୩ ବର୍ଷ ଜେଲ ହୋଇଥିବାରୁ ସେ ବିଧାନସଭା ପଦ ହରାଇ ପାରନ୍ତି।

Related Articles

Leave a Reply

Your email address will not be published.

Back to top button