ମଚ୍ଛୁ ନଦୀ ଝୁଲାପୋଲ ଛିଡିଲା, ବହୁ ମୃତ୍ୟୁ ଆଶଙ୍କା

ଗାନ୍ଧୀନଗର: ଗୁଜୁରାଟର ମଚ୍ଛୁ ନଦୀ ପୋଲ ଛିଡି ପଡିଛି। ପୋଲ ଛିଡିବାରୁ ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଦୁର୍ଘଟଣା ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଗୁଜୁରାଟର ମୋର୍ବିରେ ବଡଧରଣର ଦୁର୍ଘଟଣା। ମଚ୍ଛୁ ନଦୀରେ ହୋଇଥିବା ପୋଲ ଛିଡି ପଡିବାରୁ ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମଛୁନଦୀ ଉପରେ ଥିବା ଝୁଲା ପୋଲ ରବିବାର ସଂଧ୍ୟାରେ ହଠାତ୍ ଭାଙ୍ଗି ଯିବାରୁ ବହୁ ଲୋକ ନଦୀରେ ଖସିପଡିଛନ୍ତି। ଦୁର୍ଘଟଣା ବେଳେ ପୋଲ ଉପରେ ୫୦୦ରୁ ଅଧିକ ଲୋକ ଥିଲେ। ଏହି ଘଟଣା ପରେ ଘଟଣାସ୍ଥଳରେ ଧାଁ ଦୌଡ ଲାଗିଯାଇଥିଲା। ସୂଚନା ପାଇ ଜିଲ୍ଲା ପ୍ରଶାସନ, ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଅପରେସନ ଜାରି ଥିବା ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ପ୍ରଶାସନ ସହ ସମ୍ପର୍କରେ ରହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଦୁଃଖ ବ୍ୟକ୍ତ କରିଛନ୍ତି ଓ ସମସ୍ତଙ୍କ ସୁରକ୍ଷିତ ଉଦ୍ଧାର କାମନା କରିଛନ୍ତି।
ଏହି ଘଟଣାରେ ରାଜ୍ୟ ସରକାର ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖା ସହାୟତା ରାଶି ପ୍ରଦାନ କରାଯାଇଛି।