ଜାତୀୟରାଜନୀତି

ପଶ୍ଚିମବଙ୍ଗର ରାଜ୍ୟପାଳ ହେଲେ ସିବି ଆନନ୍ଦ ବୋଷ

କୋଲକାତା: ପଶ୍ଚିମବଙ୍ଗର ରାଜ୍ୟପାଳ ହେଲେ ସିବି ଆନନ୍ଦ ବୋଷ। ବୁଧବାର ଦିନ ବୋଷ ବିଧିବଦ୍ଧ ଭାବେ ତାଙ୍କ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ  ଶପଥପାଠ କରାଇଥିଲେ। ଏହି ସମାରୋହରେ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିଥିଲେ।

ଆନନ୍ଦ ବୋଷ ଭାରତୀୟ ପ୍ରଶାସନିକ ସେବାର ୧୯୭୭ ବ୍ୟାଚର ଜଣେ ଅବସରପ୍ରାପ୍ତ ଅଧିକାରୀ। ସେ କେରଳ କ୍ୟାଡରରୁ ଥିଲେ। ୨୦୧୧ରେ ସେ ଚାକିରିରୁ ଅବସର ନେଇଥିଲେ। ନଭେମ୍ବର ୧୭ ତାରିଖରେ ସେ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବେଳେ ଆଜି ତାଙ୍କର ଶପଥପାଠ ହୋଇଛି। ସେ ପୂର୍ବତନ ରାଜ୍ୟପାଳ ଜଗଦୀପ ଧନକଡଙ୍କ ସ୍ଥାନ ନେଇଛନ୍ତି। ଧନକଡ ଉପରାଷ୍ଟ୍ରପତି ହେବା ପରେ ଏହି ପଦଟି ଖାଲି ପଡିଥିଲା।

ଶପଥପାଠ ପରେ ବୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ କରିଥିଲେ।  ଏହା ପରେ ସେଠାରେ ଉପସ୍ଥିତ ପଶ୍ଚିମବଙ୍ଗ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀମାନଙ୍କ ସହ ଫଟୋ ଉଠାଇଥିଲେ।

Related Articles

Leave a Reply

Your email address will not be published.

Back to top button