ଜାତୀୟ

ଗୋମୁତ୍ର ସଂଗ୍ରହ କରିବେ ଭୁପେଶ

ଗୋମୁତ୍ର ସଂଗ୍ରହ କରିବେ ଭୁପେଶ
ଛତିଶଗଡ ସରକାରଙ୍କ ଆଉ ଏକ ନୂତନ ଧରଣର ନିଷ୍ପତ୍ତି । ଗାଈ ଚାଳକଙ୍କୁ ଚାକିରି ପରେ ପୁଣି ନୂଆ ନିଷ୍ପତ୍ତି । ଲିଟର ପିଛା ୪ ଟଙ୍କା ଦେଇ ଗୋମୁତ୍ର କିଣିବେ ଛତିଶଗଡ ସରକାର । କୀଟପତଙ୍ଗ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଷ୍ପ୍ପ୍ରେରେ ବ୍ୟବହାର ହେବ ଏହି ମୁତ୍ର । ଜୁଲାଇ ୨୮ ତାରିଖରେ ପଡୁଛି ସ୍ଥାନୀୟ ହରେଲି ପର୍ବ । ଏହି ଦିନରୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ଗୋଧନ ନ୍ୟାୟ ଯୋଜନାରେ ଛତିଶଗଡ ସରକାର କିଣିବେ ଗୋ ମୁତ୍ର । ଖାଲି ଗୋମୁତ୍ର ନୁହେଁ ଗୋବର ମଧ୍ୟ ସଂରକ୍ଷଣ କରିବେ ସରକାର । ଏହା ଦ୍ବାରା ଗୋପାଳକ ମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଗୋ ମୁତ୍ର ସଂଗ୍ରହ ଓ ଉତ୍ପାଦନ ନେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ତାଲିମ ପ୍ରଦାନ କରାଯିବ ।
ସ୍ମରଜିତ୍ ଆର୍ଯ୍ୟଙ୍କ ଖବର ନକ୍ଷତ୍ର ନ୍ୟୁଜ୍

Related Articles

Leave a Reply

Your email address will not be published.

Back to top button