ଜାତୀୟ

ଚିଟ୍‌ଫଣ୍ଡ ଠକେଇର ତଦନ୍ତ ପାଇଁ ଆମିକସକ୍ୟୁରୀ ନିଯୁକ୍ତ

ନୂଆଦିଲ୍ଲୀ: ଚିଟ୍‌ଫଣ୍ଡ ଠକେଇ ମାମଲାରେ ସୁପ୍ରିମକୋର୍ଟ ଆମିକସକ୍ୟୁରୀ ନିଯୁକ୍ତି କରିଛନ୍ତି। ଶୁଣାଣି କାଳରେ ସିବିଆଇ ମଧ୍ୟ ମାଗିଛି ସମୟ। ୨୫ ନଭେମ୍ବର  ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସିବିଆଇକୁ ସମୟ ପ୍ରଦାନ କରାଯାଇଥିବା ବେଳେ ଡିସେମ୍ବର ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସକ୍ୟୁରୀ ନିଯୁକ୍ତ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଏମ.ଆର ସାହା ଓ ବିଚାରପତି କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି।

ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟସରକାର ଓ ସିବିଆଇ ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଚାରିଛନ୍ତି ଖଣ୍ଡପୀଠ।  ଏନେଇ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ୍‌ କରିଛନ୍ତି।Ads by

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦର୍ଶାଇଛନ୍ତି କି, ଇତିମଧ୍ୟରେ ୯ ବର୍ଷ  ବିତିଯାଇଛି,  ଅନେକ ସମ୍ପତ୍ତି ବ୍ୟାଜପ୍ତ ହୋଇଛି। ହେଲେ ଜଣେ ବି ନିବେଶକଙ୍କୁ ତାଙ୍କ ଅର୍ଥ ଫେରାଯାଇନାହିଁ। ତେଣୁ ନିବେଶକଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଦାଲତ ତୁରନ୍ତ ହସ୍ତକ୍ଷେପ କରିବାକୁ ଖଣ୍ଡପୀଠଙ୍କୁ ଅନୁରୋଧ କରିଛନ୍ତି।

୪୮୦ ପୃଷ୍ଠାର ଜନସ୍ୱାର୍ଥ ମାମଲା ପିଟିସନ ଆବେଦନକାରୀଙ୍କ ପକ୍ଷରୁ ଦାଖଲ କରାଯାଇଛି। ଓଡ଼ିଶାର ଚିଟଫଣ୍ଡ ଠକେଇରେ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଛି। ୪୪ଟି ଚିଟ୍‌ଫଣ୍ଡ କମ୍ପାନୀ ବିରୋଧରେ ୨୦୧୪ ମସିହାରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ତା’ର ଚୂଡାନ୍ତ ରିପୋର୍ଟ ଦାଖଲ କରିନଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button