Latest Newsମନୋରଞ୍ଜନ

ବିନା ହିରୋରେ ନିର୍ମିତ ମରାଠୀ ଫିଲ୍ମ; ୫ କୋଟିରେ ତିଆରି ହୋଇଥିଲା, ଭାଙ୍ଗିଲାଣି ବକ୍ସ ଅଫିସ କଲେକ୍ସନ ରେକର୍ଡ

ବର୍ତ୍ତମାନ ବହୁ ଚର୍ଚ୍ଚାରେ ରହିଛି ଏକ ମରାଠୀ ଫିଲ୍ମ “ବେପନ ଭାରି ଦେବା” । ପରସ୍ପର ଠାରୁ ଅଲଗା ହୋଇଯାଇଥିବା ୬ ଭଉଣୀଙ୍କ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମଟି ମରାଠୀ ବକ୍ସ ଅଫିସରେ ଏବେ ଧମାଲ୍ କରୁଛି । ତେବେ ଏ ଫିଲ୍ମଟିରେ ଦେଖା ଯାଇଛି ଯେ କିପରି ୬ ଭଉଣୀମାନେ ମନାଗଲଗୁଆର ପ୍ରତିଯୋଗିତାରେ ପରସ୍ପରକୁ ଭେଟିଛନ୍ତି । ପରେ ସମସ୍ତ ଭଉଣୀ ଏକାଠି ହୋଇ କିପରି ସବୁ ଅସୁବିଧାକୁ ସାମ୍ନା କରୁଛନ୍ତି ଓ ବିଗତ ଦିନର ସମସ୍ତ ବିତି ଯାଇଥିବା ପରିସ୍ଥିତିକୁ ମଧ୍ୟ ସାମ୍ନା କରୁଛନ୍ତି । ତେବେ ସବୁଠୁ ରୋଚକ କଥା ହେଉଛି ଏଥିରେ କୌଣସି ହିରୋ ନାହାନ୍ତି । କମ୍ ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମଟି କିନ୍ତୁ ଏବେ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି ।

ଏହି ଫିଲ୍ମଟିରେ ରୋହିଣୀ ହଟ୍ଟଗଡି, ବନ୍ଦନା ଗୁପ୍ତା, ସୁକନ୍ୟା କୁଲକର୍ଣୀ, ସୁଚିତ୍ରା ବାନ୍ଦେକର, ଦୀପା ପରବ ଓ ଶିଳ୍ପା ନବଲକର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତେବେ ୫ କୋଟିରେ ତିଆରି ଏହି ଫିଲ୍ମଟି ୩୦ ଜୁନରେ ସିନେମା ହଲରେ ପାଦ ଥାପିଥିଲା । ହେଲେ ଏହି ୧୧ ଦିନ ଭିତରେ ସେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ପ୍ରାୟ ୨୫ କୋଟିର ବକ୍ସ ଅଫିସ କଲେକ୍ସନ କରିସାରିଲାଣି ଏହି ଫିଲ୍ମଟି । ଏହା ତାର ପ୍ରଥମ ଦିନରେ ହିଁ ୯୦ ଲକ୍ଷ ଉପାର୍ଜନ କରିଥିଲା ।

ତେବେ ବିନା ହିରୋ ଓ କମ୍ ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମଟି ଲୋକଙ୍କ ମନକୁ ବେଶ୍ ଛୁଇଁ ଥିବାର ନଜର ଆସିଛି ।

Related Articles

Leave a Reply

Your email address will not be published.

Back to top button