Koraput

ବିଶ୍ଵ ବାଇ ସାଇକେଲ ଦିବସ ପାଳିତ

ଜୟପୁର : ବିଶ୍ଵ ବାଇ ସାଇକେଲ ଦିବସ ଜୟପୁର ଠାରେ ପାଳିତ ହୋଇଛି । ଜଗଧାତ୍ରୀପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ର ଜୟପୁର ଏଲଆର ତରଫରୁ ଏହି ଦିବସକୁ ପାଳନ କରାଯାଇଛି । ଜୟପୁର ରଜାନହର ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ଟ୍ରାଫିକ ଦେଇ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପହଞ୍ଚି ଥିଲା ।

ଏହି ଶୋଭାଯାତ୍ରାରେ ଆଶା, ସେବା ଗ୍ରୁପ ସହ ଆରୋଗ୍ୟ ଓ ସ୍ଵାସ୍ଥ୍ୟକେନ୍ଦ୍ରର କର୍ମଚାରି ମାନେ ସାମିଲ ହୋଇ ସୁସ୍ଥ ରୁହ ସାଇକେଲ ଚାଲଅ ନାରା ଦେଇଥିଲେ । ଡାକ୍ତର ସୁନିଲ କୁମାର ପାଢୀ, ଡାକ୍ତର ସୁରେଶ କୁମାର ପାଣିଗ୍ରାହୀ ଏହି ଶୋଭାଯାତ୍ରାକୁ ଉଦଘାଟନ କରିଥିବା ବେଳେ ଲିଙ୍ଗରାଜ ପାଢୀ ଓ ପି. ସତ୍ୟ ନାରାୟଣ ପରିଚାଳନା କରିଥିଲେ ।

Related Articles

Leave a Reply

Your email address will not be published.

Back to top button