ଜାତୀୟବିଶ୍ୱ

ଜୀବନ ପ୍ରତି ବିପଦ କଫ୍ ସିରପ୍!

() ଉଜବେକିସ୍ତାନ୍ ପିଲାମାନଙ୍କୁ ଭାରତର ଦୁଇଟି କଫ ସିରଫ ନଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶ । ନୋଏଡ଼ାସ୍ଥିତ ଔଷଧ କମ୍ପାନି ମାରିଅନ୍ ବାୟୋଟେକ୍ ଦ୍ୱାରା ନିର୍ମିତ ୨ଟି କାଶ ସିରପକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି। ଏ ଦୁଇଟି ଔଷଧ ହେଉଛି ଆମ୍ୱ୍ରୋନଲ୍ ଓ ଡିକ୍ ୱାନ ମାକ୍ସ ସିରପ୍। ବୁଧବାର ଦିନ ଜାରି କରିଥିବା ମେଡିକାଲ୍ ପ୍ରଡକ୍ଟ୍ ସତର୍କ ସୂଚନାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଔଷଧଗୁଡ଼ିକ ନିମ୍ନ ଧରଣର ଉତ୍ପାଦ।

ଏଣିକି ଜୀବନ ପ୍ରତି ବିପଦ କଫ୍ ସିରପ୍! ଡବ୍ଲୁଏଚଓ ସ୍କାନରରେ ଭାରତୀୟ କଫ୍ ସିରଫ୍। ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଦୁଇଟି ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ। ଭାରତରେ ତିଆରି ହେଉଥିବା ୨ ପ୍ରକାରର କଫ ସିରପ୍‌ର ବ୍ୟବହାର ଉଜବେକିସ୍ତାନରେ ନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। ନୋଏଡା ଭିତ୍ତିକ କମ୍ପାନୀ ମାରିଅନ ବାୟୋଟେକ୍‌ ପିଲାଙ୍କ ପାଇଁ ପ୍ରସ୍ତୁତ କରୁଥିବା ୨ ପ୍ରକାରର କଫ୍ ସିରପ୍‌ ଉପରେ ଏପରି ରୋକ ଲଗାଯାଇଛି। ପିଲାଙ୍କ ପାଇଁ କଫ୍ ସିରପ୍‌ ସୁରକ୍ଷିତ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି।

ମେଡିକାଲ ପ୍ରଡକ୍ଟ ଆଲର୍ଟ ଜାରି କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମାରିଅନ ବାୟୋଟେକ ପ୍ରସ୍ତୁତ କରୁଥିବା ସବ୍‌ଷ୍ଟାଣ୍ଡାର୍ଡ ମେଡିକାଲ ପ୍ରଡକ୍ଟ ଯେଉଁଥିରେ ଏମିତି କିଛି ଦୂଷିତ ଉପାଦନ ରହିଛି ଯାହା ଗୁଣବତ୍ତା ଓ ସୁରକ୍ଷା ସମ୍ପର୍କିତ ମାନଦଣ୍ଡକୁ ହାସଲ କରିବାରେ ବିଫଳ। ତେଣୁ ଏହାକୁ ବ୍ୟବହାର କରାନଯିବା ଦରକାର। ମାରିଅନ୍‌ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଔଷଧ ତାର ଗୁଣବତ୍ତା ବଜାୟ ରଖିବାରେ ଫେଲ ମାରିଛି। ଏହି ଔଷଧ ଜୀବନ ପ୍ରତି ବିପଦ। ୨୦୨୨ ଡିସେମ୍ୱର ୨୨ରେ ଉଜବେକିସ୍ତାନରୁ କମ୍ପାନୀ ପ୍ରସ୍ତୁତ କରୁଥିବା ୨ଟି ସର୍ବଷ୍ଟାଣ୍ଡାର୍ଡ ବା ଖରାପ କଫ ସିରପ ଚିହ୍ନଟ କରାଯାଇଥିଲା। ତେଣୁ ଏହାକୁ ପରୀକ୍ଷା କରିବା ପରେ ଏଗୁଡ଼ିକ ପିଲାଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ବୋଲି ଜଣାପଡ଼ିଛି। ଆମ୍ୱ୍ରୋନଲ୍ ସିରପ୍ ଓ ଡକ୍ ୱାନ ମାକ୍ସ ସିରପକୁ ଭାରତର ଉତ୍ତର ପ୍ରଦେଶର ନୋଏଡାରେ ଥିବା ମାରିଅନ ବାୟୋଟେକ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ତିଆରି କରାଯାଉଛି। କମ୍ପାନୀ ପକ୍ଷରୁ ସୁରକ୍ଷା ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କୌଣସି ପ୍ରକାରର ସୁରକ୍ଷା ଗ୍ୟାରେଣ୍ଟି ଦିଆଯାଇନି। ତେଣୁ ଏହା ଉପରେ ରୋକ ଲଗାଯାଉଥିବା ସଂଗଠନ କହିଛି।

କିଛି ଦିନ ତଳେ ମାରିଅନ ବାୟୋଟେକର କଫ୍‌ ସିରପ ଖାଇ ଉଜବେକିସ୍ତାନରେ ୧୯ଜଣ ଛୋଟ ପିଲା ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କମ୍ପାନୀ ପ୍ରଡକ୍ଟର ଯାଞ୍ଚ ଆରମ୍ଭ ହୋଇଥିଲା। ଉତ୍ତର ପ୍ରଦେଶ ସରକାର ମଧ୍ୟ କମ୍ପାନୀର ଉତ୍ପାଦନ ଲାଇସେନ୍ସକୁ ବାତିଲ କରିଥିଲେ ଓ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ। ଏଯାଏ କମ୍ପାନୀ ଆବଶ୍ୟକ ଉତ୍ତର ଦେଇ ପାରି ନଥିବା ଜଣାପଡ଼ିଛି। ଗାଇଡଲାଇନକୁ ଆଧାର କରି ପ୍ରସ୍ତୁତ କରାଯାଇ ନ ଥିବାରୁ ଏହି ଔଷଧକୁ ଗାଇଡଲାଇନ୍ ବାହାରର ଉତ୍ପାଦ ଭାବେ ବିବେଚନା କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତାର ୱେବସାଇଟରେ ଏହି ସତର୍କ ସୂଚନା ଜାରି କରିଛି । ହୁ’ର ମେଡିକାଲ ରିପୋର୍ଟ ଅନୁସାରେ ଉଭୟ ଔଷଧରେ ଡାଇଥିଲିନ୍ ଗ୍ଲାଇକୋ ବା ଏଥିଲିନ୍ ଗ୍ଲାଇକ ନାମକ ରାସାୟକିନ ପଦାର୍ଥ ରହିଛି । ଯାହାର ମାତ୍ରା ଗ୍ରହଣୀୟ ନୁହଁ ବୋଲି କୁହାଯାଇଛି । ଉଜବେକିସ୍ତାନରେ ଏହି ଦୁଇଟି କାଶ ସିରଫ ଖାଇବା ପରେ ୧୯ ଜଣ ପିଲାଙ୍କର ମୃତ୍ୟୁ ଘଟିଥିଲା ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button