Kalahandi

ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

ମୁଖୀଗୁଡ଼ା : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରାଣୀବାହାଲ ଗ୍ରାମର ଡ଼ମେନ ମାଝୀ(୨୮)ଙ୍କ ସର୍ପକ୍ଷଘାତରେ ମୃତ୍ୟୁ ଘଟିଛି ।

ଶନିବାର ରାତିରେ ରାଣୀବାହାଲ ପରଜାପଡାର ଡ଼ମେନ ମାଝୀ(୨୮)ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡିଥିଲା । ତାଙ୍କୁ ଗତକାଲି ବଡିଭୋରରୁ ଜୟପାଟଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା ।

Related Articles

Leave a Reply

Your email address will not be published.

Back to top button