ଜାତୀୟରାଜନୀତି

କଂଗ୍ରେସକୁ ବଦନାମ କରିବାକୁ ମୋଦି ଓ ଦିଦିଙ୍କ ମଧ୍ୟରେ ଡିଲ: ଅଧୀର ରଞ୍ଜନ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲଣ୍ଡନ ବୟାନ ଉପରେ ସଂସଦରୁ ସଡକ ସବୁଠି ବିଜେପି କଂଗ୍ରେସକୁ ଘେରାବନ୍ଦୀ କରିବାରେ ଲାଗିଛି। ଏହାରି ଭିତରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ରାହୁଲ ଓ କଂଗ୍ରେସ ଛବି ଖରାପ କରିବାକୁ ହୋଇଛି ଡିଲ।

ଚୌଧୁରୀ କହିଛନ୍ତି କି, ମମତା ବାନାର୍ଜୀ ମୋଦିଙ୍କ ନିର୍ଦ୍ଦେଶରେ କହୁଛନ୍ତି। ଉଭୟଙ୍କ ମଧ୍ୟରେ ଏକ ସିକ୍ରେଟ ଡିଲ ହୋଇଛି କଂଗ୍ରେସ ଓ ରାହୁଲଙ୍କୁ ବଦନାମ କରିବାକୁ। ନିଜକୁ ଇଡି ଓ ସିବିଆଇ ଛାପାମାରିରୁ ବଞ୍ଚାଇବାକୁ ଦିଦି କଂଗ୍ରେସ ବିରୋଧରେ କହି ମୋଦିଙ୍କୁ ଖୁସି କରୁଛନ୍ତି।

ଚୌଧୁରୀଙ୍କ ଏପରି କହିବା ପଛର କାରଣ କି, ରବିବାର ମୁର୍ଶିଦାବାଦ ଜିଲ୍ଲାର ଏକ ଆନ୍ତରିକ ପାର୍ଟି ବୈଠକରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଟିଏମସି ନେତା କହିଥିଲେ କି, ବିଜେପି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନାୟକ ସଜାଇ ବର୍ତ୍ତମାନର ମୁଦ୍ଦାଗୁଡିକ ଉପରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି। ସଂସଦରେ ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା କରି ସଂସଦକୁ ଚାଲିବାକୁ ଦିଆଯାଉନି। ବିଜେପି ରାହୁଲଙ୍କୁ ହିରୋ ସଜେଇବାକୁ ଚେଷ୍ଟା କରୁଛି, ଯେମିତି ପିଏମଙ୍କୁ କୌଣସି ପ୍ରଶ୍ନ କରାଯାଇ ପାରିବ ନାହିଁ ବୋଲି ଟିଏମସି ନେତା କହିଥିଲେ।ଏପରି କରି ବିଜେପି ବର୍ତ୍ତମାନର ମୁଦ୍ଦା ଉପରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି।

ସେପଟେ ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିସିସି ମୁଖ୍ୟ ଅଧୀରରଞ୍ଜନ ଚୌଧୁରୀ ଦାବି କରୁଛନ୍ତି କି, ମୁର୍ଶିଦାବାଦ ଓ ମାଲଦହ ଜିଲ୍ଲାର ବିଭିନ୍ନ ଅଂଶରୁ ଟିଏମସି ଓ ବିଜେପିର ୨ହାଜରରୁ ଅଧିକ କର୍ମକର୍ତ୍ତା କଂଗ୍ରେସରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ମେ ଓ ଜୁନ ମାସରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଚୌଧୁରୀ ରବିବାର କହିଥିଲେ କି, ୨ହଜାରରୁ ଅଧି ଟିଏମସି ଓ ବିଜେପି କର୍ମକର୍ତ୍ତା ବହରାମପୁର କଂଗ୍ରେସ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ୨୦୧୮ରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବିଜେପି ଓ ଟିଏମସି କର୍ମକର୍ତ୍ତାଙ୍କ ମଧ୍ୟରେ ବଡଧରଣର ଝଗଡା ହୋଇଥିଲା, ଯାହାର ପରିଣାମ ସ୍ବରୂପ ଅନ୍ୟୁନ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button