Latest Newsଜାତୀୟଶିକ୍ଷା/ଗବେଷଣା

‘ସକ୍ଷମ’ ଶିକ୍ଷା ସୂଚନା ପରିଚାଳନା ପ୍ରଣାଳୀ ଶୁଭାରମ୍ଭ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଲର୍ଣ୍ଣିଂ ମ୍ୟାନେଜମେଂଟ ଇନ୍‌?ଫରମେସନ ସିଷ୍ଟମ (ଏଲଏମଆଇଏସ), ସକ୍ଷମ (ଷ୍ଟିମୁଲେଟିଂ ଆଡ୍‌?ଭାନ୍‌?ସଡ ନଲେଜ୍ ଫର ସଷ୍ଟେନେବଲ୍ ହେଲ୍ଥ ମ୍ୟାନେଜମେଂଟ) ର ଶୁଭାରମ୍ଭ କରିଛନ୍ତି । ଏହି ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମକୁ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସ୍ଥାନ (ଏନଆଇଏଚଏଫଡବ୍ଲୁ), ନୂଆ ଦିଲ୍ଲୀ ଦ୍ୱାରା ବିକଶିତ କରାଯାଇଛି ।

ଦେଶର ସମସ୍ତ ସ୍ୱାସ୍ଥ୍ୟ ସହିତ ସମ୍ପର୍କିତ ପେଶାଦାରମାନଙ୍କ ପାଇଁ ସକ୍ଷମ ଅନଲାଇନ୍ ପ୍ରଶିକ୍ଷଣ ଏବଂ ଶିକ୍ଷା ପ୍ରଦାନ କରିବା ପାଇଁ ଏକ ସମର୍ପିତ ୟୁନିଫାଏଡ୍‌? ପ୍ଲାଟଫର୍ମ ଅଟେ । ଏହି ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମ ଗ୍ରାମୀଣ ଏବଂ ଦୂର ଦୂରାନ୍ତର କ୍ଷେତ୍ରରେ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତୃତୀୟକ ଯତ୍ନ ଠାରୁ ନେଇ ମହାନଗରର କର୍ପୋରେଟ୍ ହସ୍‌?ପିଟାଲ୍ ର ସ୍ୱାସ୍ଥ୍ୟ ପେଶାଦାରଙ୍କୁ ସମନ୍ୱିତ ଭାବରେ ଦକ୍ଷତା ପ୍ରଦାନ ସୁନିଶ୍ଚିତ କରିବ ।

ବିଶେଷ ସଚିବ (ସ୍ୱାସ୍ଥ୍ୟ) ଶ୍ରୀ ଏମ ଗୋପାଳକୃଷ୍ଣନ୍‌, ସଂଯୁକ୍ତ ସଚିବ (ସ୍ୱାସ୍ଥ୍ୟ) ଡାକ୍ତର ମନସ୍ୱୀ କୁମାର, ନିର୍ଦ୍ଦେଶକ, ଏନଆଇଏଚଏଫଡବ୍ଲୁ, ଡା. ଧୀରଜ ସାହ, ଉପ ନିର୍ଦ୍ଦେଶକ ଏନଆଇଏଚଏଫଡବ୍ଲୁ ସୁଶ୍ରୀ ନିଧି କେସରବାନୀ, ଡିନ୍ ଏନଆଇଏଚଏଫଡବ୍ଲୁ ଡା. ବିକେ ତିୱାରୀ, ଡା. ସଞ୍ଜୟ ଗୁପ୍ତା, ଡା ପୁଷ୍ପାଞ୍ଜଳି, ଡା. ଡି.କେ. ଯାଦବ ତଥା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏନଆଇଏଚଏଫଡବ୍ଲୁର ଅନେକ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ରହିଥିଲେ ।

Related Articles

Leave a Reply

Your email address will not be published.

Check Also
Close
Back to top button