
ନୂଆଦିଲ୍ଲୀ: ଦିଲ୍ଲୀ ଏଲଜି ବିନୟ ସକ୍ସେନା ସିବିଆଇକୁ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ ଭ୍ରଷ୍ଟାଚାର ନିବାରଣ ଅଧିନିୟମ ଅନ୍ତର୍ଗତ ମାମଲା ଦାୟର କରିବାକୁ ଅନୁମତି ଦେଇଛନ୍ତି। ସିସୋଦିଆଙ୍କ ସହ ଆଇଏଏସ ଅଧିକାରୀଙ୍କ ସମେତ ୬ ଜଣଙ୍କ ବିରୋଧରେ କେଶ ଦାୟର ହେବ। ସେପଟେ ଦିଲ୍ଲୀ ଆପ ସରକାର ବିଜେପି ଉପରେ ଗୁଇନ୍ଦାଗିରି ଅଭିଯୋଗ ଆଣିଛି।
ଅଭିଯୋଗ ଅନୁଯାୟୀ, ଆପ ସରକାର ୨୦୧୫ରେ ଗାଦିକୁ ଆସିବା ପରେ ଭିଜିଲାନ୍ସକୁ ଲଗାଇ ଏକ ଫିଡବ୍ୟାକ ୟୁନିଟି କରାଯାଇଥିଲା। ଯାହାକୁ ରାଜନୈତିକ ବିରୋଧୀଙ୍କ ଗୁଇନ୍ଦାଗିରି ପାଇଁ ବ୍ୟବହାର କରାଯାଉଥିଲା। ଏଲଜି ଅଫିସର ଅଧିକାରୀଙ୍କ ମୁତାବକ ସିବିଆଇ ପ୍ରାରମ୍ଭିକ ଯାଞ୍ଚରୁ ଏହା ସାମ୍ନାକୁ ଆସିଛି କି, ଫିଡବ୍ୟାକ ୟୁନିଟକୁ ନେତାଙ୍କ ଗୁଇନ୍ଦାଗିରି କରିବାକୁ ବ୍ୟବହାର କରାଯାଉଥିଲା।
ଏହି ମାମଲାରେ ଦିଲ୍ଲୀ ବିଜେପି ଆଜି ପ୍ରଦର୍ଶନ କରି ଛନ୍ତି ନେତାଙ ହାତରେ ଦୂରବିକ୍ଷଣ ନେଇ ଆଇଟିଓରୁ ଦିଲ୍ଲୀ ସଚିବାଳୟ ଯାଏଁ ପ୍ରଦର୍ଶନ କରିଛନ୍ତି। ଏଥିରେ ଦିଲ୍ଲୀ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ବୀରେନ୍ଦ୍ର ସଦେବ ଓ ବିଧାନସଭାରେ ନେତା ବିପକ୍ଷ ରାମବୀର ସିଂହ ବିଧୁଡି ସାମିଲ ହୋଇଛନ୍ତି।
ବିଜେପି କହିଛନ୍ତି ଫିଡବ୍ୟାକ ୟୁନିଟ ଗଠନ କାଳରେ ଏକ କୋଟି ଟଙ୍କା ଦିଆଯାଇଥିଲା ଓ ଏହାର ନାମ ସିକ୍ରେଟ ସର୍ଭିସ ଫଣ୍ଡ ରଖାଯାଇଥିଲା। ଏଫବିୟୁର ମୁଖ୍ୟ ମଧ୍ୟ ପାରାମିଲିଟାରୀ ଫୋର୍ସରୁ ଅବସରା ନେଇଥିବା ଅଧିକାରୀଙ୍କୁ କରାଯାଇଥିଲା। ଏବେ ବିଜେପି ଆପ ଫିଡବ୍ୟାକ ୟୁନିଟ ପାଇଁ ଖର୍ଚ୍ଚ କରିଥିବା ଅର୍ଥ ସିସୋଦିଆଙ୍କଠାରୁ କରିବାକୁ ଦାବି କରିଛି।
ଏଲଜି ଏହା ଉପରେ ପ୍ରଶ୍ନ କରିଛନ୍ତି କି, ୨୦୧୫ ସେପ୍ଟେମ୍ବରକୁ ହୋଇଥିବା ଫିଡବ୍ୟାକ ୟୁନିଟ ତିଆରି ପ୍ରସ୍ତାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିଜେ ରଖିଥିଲେ ମଧ୍ୟ ଏହା ଉପରେ କୌଣସି କ୍ୟାବିନେଟ ନୋଟ ଦିଆଯାଇନଥିଲା। ଲାଗୁଛି, ଏହାକୁ ଏକ ଘରୋଇ ଗୁପ୍ତଚର ସଂସ୍ଥା ଅନ୍ତର୍ଗତ କରାଯାଇଥିଲା। ଫେବଆରୀ ୨୦୧୬ରେ ଏଫବିୟୁ କାମ କରିବା ଆରମ୍ଭ କରିଥିଲା। ସେତେବେଳେ ଏହା ୧୭ ଜଣ କାମ କରୁଥିଲେ