ଜାତୀୟରାଜନୀତି

ରାଜୀବ ହତ୍ୟାକାରୀଙ୍କ ମୁକ୍ତି ପରେ ତେଜୁଛି ଅସନ୍ତୋଷ

() ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଜେଲରୁ ଖଲାସ ପରେ ତେଜୁଛି ଅସନ୍ତୋଷ । ଘଟଣାର ପୁନର୍ବିଚାର ପାଇଁ ଉଠିଛି ଦାବି । ଅନ୍ୟପଟେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ସୁପ୍ରିମକୋର୍ଟ ଖଲାସ କରିବା ପରେ ଅନ୍ୟ ଦୋଷୀମାନଙ୍କୁ ମଧ୍ୟ ଜେଲରୁ ଖଲାସ ପାଇଁ ହେଉଛି ଆବେଦନ। ଏକପାଖିଆ ଶୁଣାଣି ହୋଇଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦୋଷୀଙ୍କୁ ମୁକ୍ତ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିବାର ଆବଶ୍ୟକ ଥିଲା ବୋଲି ଦାୟର ଯାଚିକାରେ ଲେଖାଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଜେଲରୁ ମୁକ୍ତ କରିବା ନିଷ୍ପତିକୁ କେନ୍ଦ୍ର ସରକାରଙ୍କ ବିରୋଧ ।  ରାଜୀବଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିର ପୁନଃସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଗଲା କେନ୍ଦ୍ର। ନିଷ୍ପତ୍ତିର ପୁନଃ ସମୀକ୍ଷା ପାଇଁ କେନ୍ଦ୍ର ସରକାର ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିଛନ୍ତି। ସମୟ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଜେଲରୁ ମୁକୁଳିବା ଘଟଣାକୁ ନେଇ ତେଜୁଛି ଅସନ୍ତୋଷ। ଘଟଣାର ପୁନର୍ବିଚାର ପାଇଁ ଜୋରଦାର ହୋଇଛି ଦାବି । କଂଗ୍ରେସ ଏହି ମାମଲାରେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବର୍ତ୍ତମାନ ଏହାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, ଏହି ମାମଲାରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ରର ପକ୍ଷ ମଧ୍ୟ ଶୁଣିବା ଉଚିତ ଥିଲା। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଏକ ଜଘନ୍ୟ ଅପରାଧ । ଯେଉଁ ୬ ଦୋଷୀକୁ ଜେଲରୁ ବାହାର କରାଯାଇଛି, ସେମାନଙ୍କ  ମଧ୍ୟରେ ୪ ଜଣ ଶ୍ରୀଲଙ୍କାବାସୀ ଅଟନ୍ତି ।

ବାହାର ଦେଶର ଅପରାଧି ଜେଲରୁ ମୁକ୍ତ କରିବା ଘଟଣା ଆନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ପ୍ରଭାବ ପକାଇବ । ସେମାନଙ୍କୁ ବାହାର କରିବା ପୂର୍ବରୁ  ଭାରତ ସରକାରଙ୍କ ଆଲୋଚନା କରିବାର ଆବଶ୍ୟକ ଥିଲା ବୋଲି ଯାଚିକାରେ ଉଲ୍ଲେଖ ହୋଇଛି । ଏହାକୁ ସରକାର କୋର୍ଟଙ୍କ ପ୍ରକ୍ରିୟାତ୍ମକ ଭୁଲ କହିଛନ୍ତି ।  ଏଭଳି ଏକ ସମ୍ୱେଦନଶୀଳ ଘଟଣାରେ ଭାରତ ସରକାରଙ୍କ ଭାଗିଦାରୀ ନିହାତି ଆବଶ୍ୟକ । କାରଣ ଏହି ମାମଲାରେ ଦେଶର ସାର୍ବଜନୀନ ବ୍ୟବସ୍ଥା, ଶାନ୍ତି ବ୍ୟବସ୍ଥା, ଓ ଅପରାଧିକ ନ୍ୟାୟ ପ୍ରଣାଳୀ ଉପରେ ଭାରି ପ୍ରଭାବ ପଡିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତିକୁ ଉଭୟ କଂଗ୍ରେସ ସ୍ୱାଗତ କରିଛନ୍ତି।

ସେପଟେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ସୁପ୍ରିମକୋର୍ଟ ଖଲାସ କରିବା ପରେ ଅନ୍ୟ ଦୋଷୀମାନଙ୍କୁ ମଧ୍ୟ ଜେଲରୁ ଖଲାସ ପାଇଁ ହେଉଛି ଆବେଦନ। ଆଜୀବନ ସଜା କାଟୁଥିବା ସ୍ୱାମୀ ଶ୍ରଦ୍ଧାନନ୍ଦ ତାଙ୍କ ପ୍ରତି ବି ସମାନ ବିଚାର କରି ଛଡାଯାଉ ବୋଲି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ନଭେମ୍ୱର ୧୧ ରାଜୀବ ହତ୍ୟା ମାମଲାରେ ବନ୍ଦୀ ଥିବା ୬ ଅଭିଯୁକ୍ତଙ୍କୁ ମୁକ୍ତ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ନିର୍ଦ୍ଦେଶ ପରେ କଂଗ୍ରେସରେ ଦେଖାଦେଇଥିଲା ତାତି।  କଂଗ୍ରେସ ପ୍ରବକ୍ତା ତଥା ସାଂସଦ ଜୟରାମ ରମେଶ କୋର୍ଟଙ୍କ ନିଷ୍ପତ୍ତି ଉଠାଇଥିଲେ ପ୍ରଶ୍ନ। ଏହାକୁ ସମ୍ପୂର୍ଣ୍ଣ ଅଗ୍ରହଣୀୟ ଓ ଭୁଲ ବୋଲି କହିଛନ୍ତି ସାଂସଦ। କୋର୍ଟଙ୍କ ନିର୍ଦ୍ଦେଶକୁ ଦଳ ସମାଲୋଚନା କରିବା ସହ ଏହାକୁ ଅସମ୍ଭବ ଓ ଅଯୁକ୍ତିକର ବୋଲି କହିଥିଲେ।

ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ୧୯୯୧ ମେ ୨୧ରେ ଏକ ନିର୍ବାଚନୀ ପ୍ରଚାର କାଳରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ଏହି ବିସ୍ଫୋରଣରେ ରାଜୀବଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୪୩ ଜଣ ଗୁରୁତର ଆହତ ହୋଇଥିଲେ। ସାରା ଦେଶରେ ଖେଳି ଯାଇଥିଲା ହଇଚଇ।

ସୌମ୍ୟାଶ୍ରୀ ପ୍ରଧାନଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button