ଜାତୀୟ

ଭୋଟିଂରୁ ଦୂରେଇ ରହିଲା ଟିଏମସି

ସଂସଦ ଭବନ ପରିସରରେ ଉପ-ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ । ମୋଟ୍ ୭୮୮ ସଭ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ମତ ସାବ୍ୟସ୍ତ କରିଥାଆନ୍ତେ। କିନ୍ତୁ ଭୋଟିଂରୁ ଦୂରେଇ ରହିଲା ୩୯ ସଦସ୍ୟ ବିଶିଷ୍ଟ ଟିଏମସି। ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏର ଜଗଦୀପ ଧନକର ଓ ମିଳିତ ବିରୋଧୀ ଦଳର ମାର୍ଗାରେଟା ଆଲଭା ପ୍ରତିଦ୍ୱନ୍ଦିତା କରୁଥିଲେ। ତେବେ ଟିଏମସି ଭୋଟିଂରୁ ଦୂରେଇ ରହିବା ଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଉପ-ରାଷ୍ଟ୍ରପତି ପଦ ପାଇଁ ସକାଳ ୧୦ଟାରୁ ସଂସଦ ଭବନ ପରିସରରେ ଆରମ୍ଭ ହୋଇଥିଲା ଭୋଟିଂ। ଏନଡିଏର ପ୍ରାର୍ଥୀ ଜଗଦୀପ ଧନକର ଓ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟା ଆଲଭାଙ୍କ ଭିତରେ ହୋଇଥିଲା ଟକ୍କର। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଜ୍ୟସଭା ଓ ଲୋକସଭାର ସଭ୍ୟ ନିଜର ମତସାବ୍ୟସ୍ତ କରିଛନ୍ତି।

କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଭୋଟିଂରୁ ଦୂରେଇ ରହିଲା ଟିଏମସି। ଶୁକ୍ରବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୌଜନ୍ୟମୂଳକ ସାକ୍ଷାତ ପରେ ମାର୍ଗାରେଟା ଆଲଭାଙ୍କୁ କାହିଁକି ସମର୍ଥନ କଲାନି ଟିଏମସି ତାକୁ ନେଇ ଚର୍ଚ୍ଚା ଧରିଛି। ଯଦିଓ ବହୁ ଆଗରୁ ଟିଏମସି ଉପ-ରାଷ୍ଟ୍ରପତି ନିର୍ବାଚନରେ ଭୋଟରୁ ବିରତ ରହିବ ବୋଲି ଘୋଷଣା କରିଥିଲେ ମମତା। ଏମିତିରେ ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲା ବେଳେ ଧନକରଙ୍କ ସହ ଦିଦିଙ୍କ ସମ୍ପର୍କ ସବୁବେଳେ ତିକ୍ତ ଓ ବିବାଦୀୟ ଥିଲା। ଧନକରଙ୍କ ବିପକ୍ଷରେ ଭୋଟ ଦେବାକୁ ବି ଉଚିତ ମଣିଲାନି ଟିଏମସି। ଟିଏମସି ସାଂସଦ ତଥା ଟିଏମସିର ସଂସଦୀୟ ଦଳ ନେତା ସୁଦୀପ ବନ୍ଦୋପାଧ୍ୟାୟ ଭୋଟିଂରୁ ଦୂରେଇ ରହିବାକୁ ଦଳୀୟ ସାଂସଦଙ୍କୁ ଚିଠି ଲେଖିଥିଲେ। କଂଗ୍ରେସ ପରେ ଦ୍ୱିତୀୟ ବୃହତ୍ ବିରୋଧୀ ଦଳ ଭାବରେ ଟିଏମସି ଭୋଟିଂରୁ ଦୂରେଇ ରହିଲା। ଉଭୟ ଲୋକସଭା ଓ ରାଜ୍ୟସଭାରେ ଏବେ ଟିଏମସିର ୩୯ ସଭ୍ୟ ଅଛନ୍ତି।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button