ଜାତୀୟଦୁର୍ଘଟଣା

ବୋମା ଥିବା ସନ୍ଦେହରେ ବିମାନର ଜରୁରୀକାଳୀନ ଅବତରଣ

ପାଟନା: ବିମାନରେ ବୋମାଥିବା ନେଇ ଜରୁରୀକାଳୀନ ଅବତରଣ। ଗୁରୁବାର ଦିନ ଦିଲ୍ଲୀ ଅଭିମୁଖେ ଆସୁଥିବା ଇଣ୍ଡିଗୋ ବିମାନ 6E-2126 ପାଟନା ବିମାନବନ୍ଦରେର ଜରୁକାଳୀନ ଅବତରଣ କରିଥିଲା। ବୋମାଥିବା ସୂଚନା ପାଇବା ମାତ୍ରେ ପାଟନା ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ଏହାପରେ ବିମନବନ୍ଦରରେ ଥିବା ସୁରକ୍ଷା କର୍ମୀ ଓ ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିପାଇଁ ଡଗ୍ ସ୍କ୍ୱାଡର ମଧ୍ୟ ସହାୟତା ନିଆଯାଇଥିଲା।

କେବଳ ସେତିକି ନୁହେଁ ପାଟନା ବିମାନବନ୍ଦରର ଚର୍ତୁପାର୍ଶ୍ୱକୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି। ସୂଚନା ଅନୁଯାୟୀ, ଜଣେ ଯାତ୍ରୀ ତାଙ୍କ ବ୍ୟାଗରେ ବୋମାଥିବା ନେଇ ସୂଚନା ଦେଇଥିଲେ। ଏହାପରେ ବିମାନରେ ଥିବା ଯାତ୍ରୀମାନେ ଭୟାଭୀତ ହୋଇପଡିଥିଲେ। ଯାତ୍ରୀ କହିଛନ୍ତି ଯେ, ତାଙ୍କ ବ୍ୟାଗରେ ବୋମା ରହିଛି। ଏହାପରେ ବୋମା ନିଷ୍କ୍ରିୟକାରୀ ଟିମ ଆସି ସଂପୃକ୍ତ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ହେଲେ କୌଣସି ବୋମା ବ୍ୟାଗରୁ ପାଇନଥିଲେ। ଏହାପରେ ସୁରକ୍ଷା କର୍ମୀ ସଂପୃକ୍ତ ଯାତ୍ରୀଙ୍କୁ ଗିରଫ କରି ପଚରାଉଚରା କରୁଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button