ଓଡ଼ିଶା

ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ସମ୍ମାନରେ ସମ୍ମାନିତ ହୋଇଥିବା ସେବତୀ ସାହୁ ଓ ମଞ୍ଜୁଲତା ମହାରଣାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ସମ୍ମାନରେ ସମ୍ମାନିତ ହୋଇଥିବା ସେବତୀ ସାହୁ ଓ ମଞ୍ଜୁଲତା ମହାରଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ – ରାଷ୍ଟ୍ରପତିଙ୍କ ଠାରୁ ୨୦୨୨ ଓ ୨୦୨୩ ବର୍ଷ ପାଇଁ ‘ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ’ ସମ୍ମାନରେ ସମ୍ମାନିତ ହୋଇଥିବା ଓଡ଼ିଶାର ସେବତୀ ସାହୁ ଓ ମଞ୍ଜୁଲତା ମହାରଣାଙ୍କ ସମେତ ସମସ୍ତ ନର୍ସିଂ ବୃତ୍ତିଧାରୀଙ୍କୁ ଅଭିନନ୍ଦନ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଦୁଇ କର୍ମନିଷ୍ଠ ମହିଳାଙ୍କ ଉଲ୍ଲେଖନୀୟ ଅବଦାନ ଓଡ଼ିଶାର ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରିତ କରିବ ।

Leave a Reply

Your email address will not be published.

Back to top button