ଓଡ଼ିଶା

ଟ୍ରେନ୍ ଦୁର୍ଘଟଣା : ଚିହ୍ନଟ ହେଲାଣି ୧୭୦ ମୃତଦେହ

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଟ୍ରାଜେଡିରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର ଅଛି । ମୃତଦେହ ଚିହ୍ନଟ ଏବଂ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଏ ଯାଏ ୧୭୦ ମୃତଦେହ ଚିହ୍ନଟ ସରିଲାଣି । ମୃତଦେହ ପରିବହନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମୃତଦେହ ନେବାର ବ୍ୟବସ୍ଥା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଲିଗାଲ ଡକ୍ୟୁମେଂଟ ପାଇଁ ବ୍ୟସ୍ତ ନ ହେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ । କମ୍ ସମୟ ମଧ୍ୟରେ ମୃତ୍ୟୁ ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ଦୁଇଟି ଟୋଲ ଫ୍ରି ନମ୍ବର ରହିଛି । ସମ୍ପର୍କୀୟ ମାନେ ଏଥିରେ କଲ୍ କରି ଆହତ ଓ ମୃତକଙ୍କ ସମ୍ପର୍କରେ ଜାଣିପାରିବେ ।

Leave a Reply

Your email address will not be published.

Back to top button