ଅପରାଧଜାତୀୟ

ପୁଅକୁ ପୁଲିସ ଉଠାଇନେଲା: ବାପାଙ୍କ ଥାନା ପରିସରରେ ମୃତ୍ୟୁ

 ମୁମ୍ବାଇ: ଶୁକ୍ରବାର ପୁଲିସ ଏକ ମାମଲାରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଉଠାଇ ନେବା ପରେ  ଯୁବକଙ୍କ ବାପା ଥାନାକୁ ଯାଇଥିବା ବେଳେ ଥାନା ପରିସରରେ ମୃତ୍ୟୁ ହୋଇଛି। ଏହି ମାମଲାରେ ସ୍ଥାନୀୟ କୋର୍ଟ ଯାଞ୍ଚର ଆଦେଶ ଦେଇଛି। ମହାରାଷ୍ଟ୍ର ଠାଣେର କୋଲସେୱାଡି ଥାନାରେ ଏପରି ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ, ଶୁକ୍ରବାର ପୁଲିସ ଏକ ମାମଲାରେ ଠାଣେର କଲ୍ୟାଣ ଅଞ୍ଚଳରୁ ଜଣେ ଯୁବକଙ୍କୁ ଉଠାଇ ନେଇଥିଲା। ଏହା ପରେ ଯୁବକଙ୍କ ୬୩ ବର୍ଷୀୟ ବାପା  ଦୀପକ ଭିଙ୍ଗାର୍ଡିଭ ଥାନାରେ ପହଞ୍ଚିଥିଲେ। ସେ ଜାଣିବାକୁ ଚାହୁଁଥିଲେ କେଉଁ ଅପରାଧରେ ତାଙ୍କ ପୁଅକୁ ପୁଲିସ ଉଠାଇ ଆଣିଛି। ସେଠାରେ ପୁଲିସ ସହ ବଚସା ହେଉଥିବା ବେଳେ ହଠାତ୍ ଦୀପଙ୍କ ହୃଦଘାତ ହୋଇଥିଲା। ସେ ସେଠାରେ ପଡିଯାଇଥିଲେ। ପୁଲିସ ତାଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ବୋଲି କହିଛନ୍ତି କଲ୍ୟାଣର ପୁଲିସ ଡେପୁଟି କମିଶନର ସଚିନ ଗୁଞ୍ଜାଲ।

ଗୁଞ୍ଜଲ ଆହୁରି ସୂଚନା ଦେଇଛନ୍ତି କି, ସମ୍ବୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି। ଥାନାରେ ଏକ ଆକଷ୍ମିକ ମୃତ୍ୟୁ ମାମଲା ଦାୟର ହୋଇଛି।  ସ୍ଥାନୀୟ କୋର୍ଟ ଏହି ମାମଲାରେ ଯାଞ୍ଚ ପାଇଁ ପଞ୍ଚନାମା ଓ ପୋଷ୍ଟମର୍ଟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୋଷ୍ଟମର୍ଟମର ଭିଡିଓଗ୍ରାଫି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button