ଜାତୀୟ

୧୫ ଅଗଷ୍ଟରେ ଲାଲକିଲ୍ଲା ନିକଟରେ ଉଡିବନି ଗୁଡି

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ଅବସରରେ ଦେଶ ପାଳୁଛି ଆଜାଦିକା ଅମୃତ ମହୋତ୍ସବ । ଚଳିତ ସ୍ୱାଧୀନତା ଦିବସ ପାଳନକୁ ସ୍ମରଣୀୟ କରିବାକୁ ବହୁ ପଦକ୍ଷେପ ନିଆଯାଇଛି । କିନ୍ତୁ ଆତଙ୍କୀ ଆକ୍ରମଣକୁ ନେଇ ସୁରକ୍ଷା ଏଜେନ୍ସିଙ୍କ ଆଲର୍ଟ ପରେ ପୁଲିସ ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ । ଚଳିତ ସ୍ୱାଧୀନତା ଦିବସ ପାଳନ ବେଳେ ପାକ ଆତଙ୍କବାଦୀ ଲାଲକିଲା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆକ୍ରମଣ କରିବାକୁ କରିଛନ୍ତି ମସୁଧା ।
ଦିଲ୍ଲୀର ଲାଲକିଲାରେ ଆକ୍ରମଣ ପାଇଁ ସୁରକ୍ଷା ଏଜେନ୍ସି ପୁଲିସକୁ ସ୍ପେସାଲ ଆଲର୍ଟ ଜାରି କରିଛି । ଏଥିପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ସୁରକ୍ଷା ଉପରେ ନିଆଯାଇଛି ସ୍ୱତନ୍ତ୍ରୀ ପଦକ୍ଷେପ । ଏଥିସହ ସୁରକ୍ଷା ଏଜେନ୍ସି ସମସ୍ତ ରାଜ୍ୟର ପୁଲିସକୁ ଆଲର୍ଟ କରିଛି । ପୁଲିସକୁ ସୂଚିତ କରାଯାଇଛି କି, ପାକିସ୍ତାନରୁ ଡ୍ରୋନ ଜରିଆରେ ସୀମା ଦେଇ ଆଇଇଡି ଦେଶର ବିଭିନ୍ନ ପ୍ରାନ୍ତକୁ ପଠାଯାଇଛି । ଡ୍ରୋନ ଜରିଆରେ ଏକେ ୪୭ ପରି ହତିଆର ମଧ୍ୟ ଭାରତ ଭିତରକୁ ପଠାଯାଇଥିବା କୁହାଯାଇଛି । ତେବେ ଆତଙ୍କୀଙ୍କ ଟାର୍ଗେଟରେ ଲାଲକିଲା ଫୋକସରେ ଥିବା କୁହାଯାଇଛି ।
ତେଣୁ ଦିଲ୍ଲୀ ପୁଲିସ ନେଇଛି ବହୁ ପ୍ରତିଷେଧକ ମୂଳକ ପଦକ୍ଷେପ । ଲାଲକିଲ୍ଲା ନିକଟରେ ୧୫ ଅଗଷ୍ଟରେ ଗୁଡି ଉଡାଇବା ଉପରେ ନିଷେଦ୍ଧାଦେଶ ଜାରି କରାଯାଇଛି । ସେହିପରି ସମସ୍ତ ରାଜ୍ୟ ପୁଲିସ ରାଜ୍ୟ ତଥା ଜିଲ୍ଲାର ସମସ୍ତ ମୁଖ୍ୟ ଐତିହାସିକ ସ୍ଥଳରେ ଆଲର୍ଟ ରହିବାକୁ କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button