କେନ୍ଦ୍ରାପଡା

ମହା ବିଦ୍ୟାଳୟକୁ ମିଳିଥିବା ଅନୁଦାନକୁ  ଖର୍ଚ୍ଚ ପାଇଁ ଆଲୋଚନା

କେନ୍ଦ୍ରାପଡ଼ା : ୫ଟି ସଚିବଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ କଲେଜକୁ ମିଳିଥିବା ଅନୁଦାନ ଖର୍ଚ୍ଚ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ୨୫ଟି ଡିଗ୍ରୀ କଲେଜ, ୪୫ଟି ମହା ବିଦ୍ୟାଳୟ ଓ ୧୨ଟି ସଂସ୍କୃତ ମହା ବିଦ୍ୟାଳୟକୁ ମିଳିଥିବା ୪୪ କୋଟି ୭୫ ଲକ୍ଷ ଟଙ୍କା ଅନୁଦାନ ଶ୍ରେଣୀ ଗୃହ, ବିଜ୍ଞାନଗାର, ପାଠାଗାର, ଖେଳପଡିଆ, ଶୈାଚାଳୟ, ପାନୀୟ ଜଳ, ବଗିଚା, ପାଚେରୀ ଆଦି କଲେଜର ଉନ୍ନତି ପାଇଁ ଖର୍ଚ୍ଚ ହୋଇ ପାରିବ ସେନେଇ ପ୍ରଥମ ପର୍ଯ୍ୟାୟରେ ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର ପ୍ରଭୃତି ୪ଟି ବ୍ଲକର କଲେଜ ଅଧ୍ୟକ୍ଷ ଓ ସହକାରୀ ଯନ୍ତ୍ରୀ ମାନଙ୍କୁ ନଭେମ୍ବର ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବା ନେଇ ଆଲୋଚନା କରାଯାଇ ଥିଲା । କଲେଜର ବିଭିନ୍ନ ସମସ୍ୟା ଓ ବାକି ପଡିଥିବା ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ଟି ବ୍ଲକରେ ଥିବା କଲେଜମାନଙ୍କର ଉନ୍ନତି ପାଇଁ ଆଲୋଚନା କରାଯିବ ବୋଲି ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button