ଶିଶୁ ଜନ୍ମ ପରେ ଭଗବାନ କହିଲେ ଲୋକେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏମିତି ଏକ ଶିଶୁର ଜନ୍ମ ହୋଇଛି ଯାହାକୁ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ। କେହି ଶିଶୁକୁ ପ୍ରକୃତିର ଚମତ୍କାର କହୁଛନ୍ତି ତ ପୁଣି କେହି କହୁଛନ୍ତି ଭଗବାନଙ୍କ ପୁନର୍ଜନ୍ମ। ଜନ୍ମିତ ଶିଶୁର ରହିଛି ୪ ଗୋଡ ଓ ୪ ହାତ। ଏସମ୍ପର୍କରେ ଡାକ୍ତର କୁହନ୍ତି, ଗର୍ଭରେ ଦୁଇଟି ଗର୍ଭଧାରଣ କରିଥିଲେ ମା। କିନ୍ତୁ ଜଣଙ୍କର ବିକାଶ ସଠିକ ରୂପେ ହୋଇ ପାରି ନାହିଁ, ଯେଉଁଥିପାଇଁ ଅନ୍ୟଠାରେ ଅପରିପକ୍ବ ଶିଶୁର ଗୋଡ ହାତ ହୋଇଛି।
ଶିଶୁଟର ଜନ୍ମ ପରେ ସୋସିଆଲ ମିଡିଆରେ ଶିଶୁର ଫଟୋ ଭାଇରାଲ ହୋଇଥିଲା। ଶିଶୁର ଜନ୍ମ ଉତ୍ତର ପ୍ରଦେଶର ହରଦୋଇରେ ଜୁଲାଇ ୨ରେ ହୋଇଛି। ଶିଶୁର ଜନ୍ମ ସମୟରେ ତାର ଓଜନ ୩ କୋଜି ରହିଥିଲା। ଶିଶୁର ଅତିରିକ୍ତ ହାତ ଗୋଡ ସମ୍ପର୍କରେ ଜଣା ପଡିବା ପରେ ଶିଶୁଟିକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି ନବଜାତକଙ୍କ ଘରେ ଜମୁଛି। ଶିଶୁଟିର ପେଟ ଉପରେ ଦ୍ବିତୀୟ ଶିଶୁର ବେକ ଲାଗି ରହିଥିଲେ ମଧ୍ୟ ତାର ବିକାଶ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ।
ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୧୭ରରେ ବିହାରର କଟିହାରରେ ଏହିପରି ୪ ହାତ ଗୋଡ ଥିବା ଶିଶୁ ଜନ୍ମ ହୋଇଥିଲା। ସେହିପରି ବିହାରରେ ୨୦୨୧ ଡିସେମ୍ବରରେ ମଧ୍ୟ ତିନି ହାତ ଓ ତିନି ଗୋଡ ଥିବା ଶିଶୁ ଜନ୍ମ ହୋଇଥିଲା।