ଜାତୀୟ

ଚଢା ଦାମରେ ଔଷଧ ବିକ୍ରି କରିପାରିବେ ନାହିଁ ଦୋକାନୀ

ମନ ଇଛା ଚଢା ଦାମରେ ଔଷଧ ବିକ୍ରି କରିପାରିବେ ନାହିଁ ଦୋକାନୀ। ବଦିଳିଲା ଔଷଧର ମୂଲ୍ୟକୁ ନେଇ ଆଇନ ।ନିର୍ଦ୍ଧାରଣ ହେଲା ନୂଆ ମୂଲ୍ୟ ଯାହାକୁ ମାନିବାକୁ ବାଧ୍ୟ ଦୋକାନୀ। ଫଳରେ ଆଉ ମନଇଛା ଗରିବ ଲୋକଙ୍କୁ ଲୁଟି ପାରିବେ ନାହିଁ । ଏ ନେଇ ବଡ ପଦକ୍ଷେପ ନେଇଛନ୍ତି ଔଷଧରର ମୁଲ୍ୟ ନିର୍ଦ୍ଧାରଣକାରୀ ନିର୍ଣ୍ଣାୟକ।

ବଦଳିଯାଇଚି ପାରାସିଟାମଲ, ଡାଇବେଟିସ ପରି ଜରୁରୀ ଔଷଧର ମୂଲ୍ୟ । ଗୋଟିଏ ନୁହେଁ କି ଦୁଇଟି ନୁହଁ ପାଖାପାଖି ୮୪ ଟି ଜରୁରୀ ଔଷଧର ମୂଲ୍ୟ ପରିବର୍ତ୍ତନ କରାଯାଇଛି । ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ବା ଏନପିପିଏ । ଔଷଧ ମୂଲ୍ୟ  ନିୟନ୍ତ୍ରଣ  ନିର୍ଦ୍ଦେଶ ୨୦୧୩ ଆଧାରରେ ଏନପିପିଏ ଏହି ଖୁଚରା ମୂଲ୍ୟ ନିର୍ଦ୍ଧାରଣ କରିଛି ।

ଦେଶରେ ଔଷଧ ଓ ଫର୍ମୁଲେସନର ମୂଲ୍ୟ ନିର୍ଦ୍ଧାରଣ କରିବା, ସେଗୁଡିକ  ଉପରେ ନିୟନ୍ତ୍ରଣ ଓ ଉପଲବ୍ଧତା କାୟମ ରଖିବା କାମ କରିଥାଏ ଏହି ସଂସ୍ଥା। ଯଦି କୌଣସି ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଅଧିକ ମୂଲ୍ୟ  ସଂଗ୍ରହ କରନ୍ତି, ତେବେ ପ୍ରାଧିକରଣ  ତା ଠାରୁ ଜରିମାନା ଅସୁଲ କରିଥାଏ । ଏହା ବ୍ୟତିତି ଯେଉଁ ଔଷଧର ମୂଲ୍ୟ ନିୟନ୍ତ୍ରଣ ସୂଚୀରେ ନାହିଁ ଏଜେନସି ତାହାର ମଧ୍ୟ ତଦାରଖ କରିଥାଏ । ଏ

ନପିପିଏ ନୋଟିଫିକେସନ ଅନୁସାରେ ଗୋଟିଏ ପାରାସିଟିକଲ କମ୍ପାନୀ  ଟାବ୍ଲେଟ ମୂଲ୍ୟ୨.୮୮ ଟଙ୍କା । ରୋସୁୱାଷ୍ଟାନିନ୍ ଏସ୍ପିରିନ୍ ଓ କ୍ଲୋପିଡୋଗ୍ରେଲ କ୍ୟାପସୁଲ ମୂଲ୍ୟ ୧୩.୯୧ ଟଙ୍କା ଏବଂ ଭୋଗ୍ଲିବୋସ୍ (ଏସଆର) ମେଟଫୋର୍ମିନ ହାଇଡ୍ରୋକ୍ଲାଇଡ୍ ଟାବ୍ଲେଟ ମୂଲ୍ୟ ୧୦.୪୭ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥି ସହ ସିପ୍ଲା ଏବଂ ପିୟୋର ଆଣ୍ଡ କେୟାର ହେଲ୍ଥକେୟାର  ଦ୍ବାରା ବିକ୍ରି କରାଯାଉଥିବା ଏଣ୍ଟୋରୱାଷ୍ଟେନ ଏବଂ ଫେନୋଫ୍ରିବେଟ ଟାବଲେଟ ଏଣିକି ୧୩.୮୭ ରେ ମିଳିବ । ଏହି ଔଷଧକୁ ହୃଦରୋଗ ଏବଂ ମଧୁମେହ ରୋଗୀଙ୍କ ଚିତ୍କିସା ପାଇଁ ବ୍ୟବହାର କରାଯାଇଥାଏ । ସେହିଭଳି ୱଗ୍ଲିବୋସ ଆଣ୍ଡ ଏସଆର ମେଟଫର୍ମିନ ହାଇଡ୍ରୋକ୍ଲୋରାଇଡର ଏକ ଟାବଲେଟ ମୁଲ୍ୟ ଜିଏସ୍‌ଟିକୁ ଛାଡି ୧୦.୪୭ ରହିଛି । ସାଧାରଣ ଲୋକ ଆଗକୁ ଏହି ଲାଭ ପାଇବେ ଯେ କୌଣସି ଔଷଧ ଦୋକାନୀ ଏହି ଜରୁରୀ ଔଷଧ ଗୁଡିକୁ ଅଧିକ ମୂଲ୍ୟରେ ବିକ୍ରି କରିପାରିବେ ନାହିଁ ।

ଏନପିପିଏର ନୋଟିଫିକେସନ ଅନୁସାରେ ଫାର୍ମା କମ୍ପାନୀ ଗୁଡିକ ଔଷଧର ପରିବର୍ଦ୍ଧିତ ମୂଲ୍ୟର ନିୟମକୁ ଔଷଧ ଦୋକାନୀମାନେ କଡାକଡି ଭାବେ ପାଳନ କରିବାର ଆବଶ୍ୟକତା ରହିଛି । ଏଭଲି ନକଲେ ଦୋକାନୀ ଗ୍ରାହକଙ୍କ ଠାରୁ ନେଇଥିବା ଅତିରିକ୍ତ ମୂଲ୍ୟ ସହିତ ସୁଧ ଜରିମାନା ଆକାରରେ ପଇଠ କରିବେ । ତେବେ ପ୍ରାଧିକରଣ ସ୍ପଷ୍ଟ କରିଚି ଯେ ଔଷଧ ଗୁଡକର ମୂଲ୍ୟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହା ଉପରେ ପୃଥକ ଭାବେ ଜିଏସ୍‌ଟି ଲାଗିବ । କିନ୍ତୁ ଔଷଧ କମ୍ପାନୀଗୁଡିକ ଯଦି ସରକାରଙ୍କୁ  ଖୁଚରା ମୂଲ୍ୟରେ ଜିଏସ୍‌ଟି ପୈଠ କରିଥିବେ ତେବେ କମ୍ପାନୀ ଗୁଡିକ ଗ୍ରାହକଙ୍କ ଠାରୁ ଔଷଧର ନିର୍ଦ୍ଧାରିତ ମୂଲ୍ୟସହ ଜିଏସ୍‌ଟି ସଂଗ୍ରହ କରିପାରିବେ ।

ଯଦି କୌଣସି ବିକ୍ରେତା ଏହି ଔଷଧ ଗୁଡିକ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଜଣାପଡିଲା ତେବେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ହେବ । ଏହା ପୂର୍ବରୁ ଏପ୍ରିଲରେ ଏନପିପିଏ ୮ ଶହ ଜରୁରୀ ଔଷଧର ମୂଲ୍ୟ ୧୦.୭ କୁ ବୃଦ୍ଧି କରିଥିଲା ।

 ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Related Articles

Leave a Reply

Your email address will not be published.

Back to top button