ଜାତୀୟ

ଗୁଜରାଟରେ ବିଜେପି, ହିମାଚଳରେ କଂଗ୍ରେସ ପଲ୍ଲା ଭାରି

ଭୁବନେଶ୍ବର: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଜାରି ରହିଛି ଭୋଟ ଗଣତି। କେତେକ ସ୍ଥାନରେ ଗଣତି ଶେଷ ହୋଇଥିବା ବେଳେ ବହୁ ସ୍ଥାନରେ ଗଣତି ଜାରି।  ରେଜଲ୍ଟ ଅନୁସାରେ, ଗୁଜରାଟର ୧୮୨ଟି ବିଧାନସଭା ଆସନରୁ ବିଜେପି ୩୧ଟିରେ ବିଜୟ ହାସଲ କରିସାରିଲାଣି  ଓ ୧୨୩ଟି ସ୍ଥାନରେ ଲିଡ୍‌ କରୁଛି। ବର୍ତ୍ତମାନର ରେଜଲ୍ଟକୁ ଦେଖି  ବିଜେପି ୧୫୪ ଆସନରେ ବିଜୟ ହାସଲ କରିବା ପରି ଆକଳନ କରାଯାଉଛି।

ବିଜେପି ଗୁଜରାଟରେ ୧୫୦ରୁ ଅଧିକ ଆସନ ଜିତିବ ନେଇ କରିଥିବା ସତ୍ୟ ପ୍ରମାଣିତ ହେବାକୁ ଯାଉଛି। କାରଣ ବିଜେପି ୩୧ଟିରେ ବିଜୟ ହାସଲ କରିସାରିଲାଣି  ଓ ୧୨୩ଟି ସ୍ଥାନରେ ଲିଡ୍‌ କରୁଛି।  ସେପଟେ କଂଗ୍ରେସ ୧୯ଟି ଆସନରେ ଲିଡ କରୁଥିବା ବେଳେ କେବଳ ଗୋଟିଏ ସ୍ଥାନକୁ ହାତେଇ ନେଇଛି। ଆପ୍‌ କେବଳ ୫ଟି ଆସନରେ ଲିଡ୍‌ କରୁଛି। ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗରେ ଅଛନ୍ତି। ଗୁଜରାଟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୯୨।

ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ କ୍ଷମତାଶୀନ  ବିଜେପିର ଆଶା ମଉଳି ଯାଇଛି। ହିମାଚଳ ବାସୀ ତାଙ୍କ ଟ୍ରେଣ୍ଡକୁ ଜାରି ରଖି କଂଗ୍ରେସକୁ କ୍ଷମତା ହସ୍ତାନ୍ତର କରିବା ପରି ମନେ ହେଉଛି। ଏପର୍ଯ୍ୟନ୍ତର ଗଣତିରୁ  ରାଜ୍ୟର ୬୮ଟି ବିଧାନସଭା ଆସନରୁ ବିଜେପି ଏଯାଏ ୭ଟିରେ ଜିତିଥିବା ବେଳେ ଆଉ ୧୮ଟିରେ ଲିଡ୍‌ କରୁଛି। ଯଦି ଏହି ଟ୍ରେଣ୍ଡ ଜାରି ରୁହେ ତେବେ ବିଜେପି ଖାତାକୁ ହିମାଚଳ ପ୍ରଦେଶରୁ  ୨୪ଟି ଆସନ ଜିତିପାରେ। ତେବେ ମୁଖ୍ୟମନ୍ତ୍ରୀ  ଜୟରାମ ଠାକୁର ସିରାଜ ବିଧାନସଭାରୁ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଚେତରାମ ଠାକୁରଙ୍କଠାରୁ ୨୨ ହଜାର ଭୋଟରେ ବିଜୟ ହାସଲ କରିଛନ୍ତି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୫ ଥିବା ବେଳେ  କଂଗ୍ରେସ ହିଁ ସରକାର ଗଢିବା ସ୍ପଷ୍ଟ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ  ୭ଟି ଆସନ ଜିତିଥିବା ବେଳେ ୪୦ଟିରେ ଲିଡ୍ କରୁଛି। ତେଣୁ ଦଳ ୪୭ଟି ଆସନରେ ଜିତିବା ସମ୍ଭାବନା ରହିଛି ସେପଟେ ଆପ ର ସ୍ଥିତି ହିମାଚଳ ପ୍ରଦେଶରେ ଦୟନୀୟ ରହିଛି। ଏପର୍ଯ୍ୟନ୍ତ ଆପ ଖାତା ଖୋଲି ନାହିଁ।

ସେପଟେ କଂଗ୍ରେସ ହିମାଚଳ ଜିତିବା ପରେ ମଧ୍ୟ ଉଲ୍ଲସିତ ନାହିଁ। କଂଗ୍ରେସକୁ ଘୋଡା ବେପାର ଭୟ ଘାରିଲାଣି। ତେଣୁ ବିଧାୟକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

Related Articles

Leave a Reply

Your email address will not be published.

Back to top button