ଜାତୀୟପାଣିପାଗ ଓ ପରିବେଶ

ମଣ୍ଡୁସ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ:

ମଣ୍ଡୁସ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ତାମିଲନାଡୁରେ ଚକ୍ରବାତୀ ଝଡ ମଣ୍ଡୁସ ରଚାଇଛି ତାଣ୍ଡବ। ମଣ୍ଡୁସର ପ୍ରଭାବରେ ୭୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି। ଶୁକ୍ରବାର ରାତିରେ ଏହି ସାମୁଦ୍ରିକ ଝଡ ତାମିଲନାଡୁର ଉପକୂଳ ଛୁଇଁଥିଲା। ଶନିବାର ସକାଳୁ ବାତ୍ୟା ଦୁର୍ବଳ ହୋଇଥିବା ବେଳେ ରାଜ୍ୟର ଉପକୂଳବର୍ତ୍ତୀ ରାଜ୍ୟରେ ବର୍ଷା ଜାରି ରହିଛି।

ଚକ୍ରବାତୀ ଝଡ ଶୁକ୍ରବାର ରାତି ପ୍ରାୟ ୧୦.୩୦ରେ ତାମିଲନାଡୁ ଉପକୂଳରେ ଲ୍ୟାଣ୍ଡ ଫଲ କରିବା ପରେ ମମଲ୍ଲାପୁରମ ନିକଟରେ ପୁଡୁଚେରୀ ଓ ଶ୍ରୀହରିକୋର୍ଟ ମଧ୍ୟରେ ରାତି ୧ଟା ୩୦ରେ ପାସ କରିଥିଲା। ସେତେବେଳକୁ ପବନର ବେଗ ଥିଲା ଘଣ୍ଟା ପ୍ରତି ୭୫ କିଲୋମିଟର। ଏହା ପରେ ପବନର ବେଗ ଦୁର୍ବଳ ହେବାରେ ଲାଗିଥିଲା। ସକାଳ ୫.୩୦ ବେଳକୁ ଏହାର ପ୍ରଭାବରେ ଚେନ୍ନାଇରେ ବର୍ଷା ୧୧୫.ମିଲି ମିଟର ହୋଇଥିଲା।

ଖରାପ ପାଗ କାରଣରୁ ଚେନ୍ନାଇ ବିମାନ ବନ୍ଦରରେ ୧୩ଟି ଘରୋଇ ଓ ୩ ଅନ୍ତର୍ଜାତୀୟ ବିମାନ ଉଡାଣକୁ ରଦ୍ଦ କରାଯାଇଛି। ଚେନ୍ନାଇ ଇଣ୍ଟରନାସନାଲ ବିମାନ ବନ୍ଦର ଟ୍ବିଟ କରି ଯାତ୍ରୀମାନଙ୍କୁ ଅନୁରୋଧ କରିଛି କି, ସେମାନେ ପରବର୍ତ୍ତୀ ସୂଚନା ପାଇଁ ଏୟାର ଲାଇନ୍ସ ସହ ଯୋଗାଯୋଗ କରନ୍ତୁ।

ଏହି ବାତ୍ୟାରେ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ଇଷ୍ଟ କୋଷ୍ଟ ରୋଡ ଓ ଚିଙ୍ଗଲପଟ୍ଟୁ ଜିଲ୍ଲାରେ ଜିଏସଟି ରୋଡ କଡର ଗଛ ଉପୁଡି ପଡିଛି। ତେବେ ଏହି ବାତ୍ୟାରେ କୌଣସି ବିଦ୍ୟୁତ ଖୁଣ୍ଟି  ଉପରେ ମଣ୍ଡୁସର ପ୍ରଭାବ ପଡିନଥିବା ସୂଚନା ଦେଇଛନ୍ତି ଚେଙ୍ଗଲପଟ୍ଟୁ ଜିଲ୍ଲାପାଳ। ତେବେ ଚେନ୍ନାଇରେ ପ୍ରାୟ ୨୦୦ ଛୋଟ ବଡ ଗଛ ଉପୁଡି ପଡିଛି। ଚେନ୍ନାଇ କମିଶନର ଗଗନଦୀପ ସିଂହ ଏସମ୍ପର୍କରେ କହିଛନ୍ତି କି, ସକ୍ରିୟ ଉପାୟଗୁଡିକ ମାଧ୍ୟମରେ ଚେନ୍ନାଇରେ ବଡ ଧରଣର କ୍ଷୟକ୍ଷତିକୁ ଏଡାଇ ଦିଆଯାଇପାରିଛି।

ପ୍ରାରମ୍ଭିକ ଅବସ୍ଥାରେ ତୀବ୍ରଦା ଦୃଷ୍ଟିରୁ ଏହାକୁ ବଡ ଚକ୍ରବାତୀ ତୋଫାନ ରୂପେ ବର୍ଗିକୃତ କରାଯାଇଥିଲା। ଏହା ପରେ ପବନ ଘଣ୍ଟାପ୍ରତି ୬୨-୮୮ ବେଗରେ ବହିଥିଲା। ଶନିବାର ସକାଳୁ ପୁଡୁଚେରୀ ବନ୍ଦରରେ ଏକ ବାତ୍ୟା ସମ୍ପର୍କିତ ପତାକା ଉଡାଯାଇଥିଲା ଓ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସଚେତନ କରାଯାଇଥିଲା। ଚେନ୍ନାଇରେ ରାଷ୍ଟ୍ରୀୟ ଜରୁରୀ ମୋର୍ଚ୍ଚା ପ୍ରସ୍ତୁତ ରହିଛି। ଗ୍ରେଟର ଚେନ୍ନାଇ କର୍ପୋରେଶନରେ ସମସ୍ତ ପାର୍କ ଓ ଖେଳ ପଡିଆକୁ ବନ୍ଦ ରଖିବାକୁ କୁହାଯାଇଛି।

ଉଦ୍ଧାର କାର୍ଯ୍ୟପାଇଁ ବହୁ ସଂଖ୍ୟାରେ ଡଙ୍ଗା, ହାଇଭୋଲଟେଜ ମୋଟର, ସକର ମେସିନ, କଟର ପରି ସମସ୍ତ ଅତ୍ୟାବଶ୍ୟକ ଉପକରଣକୁ ମହଜୁଦ କରାଯାଇଛି। ଏନଡିଆରଏଫର ଅଧିକାରୀ ସଂଦୀପ କୁମାର ସମାଚାର ଏଜେନ୍ସଗୁଡିକୁ କହିଛନ୍ତି କି, ଏନଡିଆରଏଫ ପ୍ରସ୍ତୁତ ରହିଛି। କୌଣସି ସ୍ଥାନରେ ଅଘଟଣ ଜନିତ ସୂଚନା ମିଳିବା ପରେ ନିର୍ଦ୍ଦେଶ ମୁତାବକ ଉଦ୍ଧାର କାର୍ଯ୍ୟ ପାଇଁ ଟିମ ଯିବ।

ରାଜ୍ୟରେ ସୁରକ୍ଷା, ଉଦ୍ଧାର, ଥଇଥାନ ଆଦି କାର୍ଯ୍ୟ ପାଇଁ ଜରୁରୀକାଳୀନ ବଳର ୪୦ ସଦସ୍ୟଙ୍କ ଟିମ କାର୍ଯ୍ୟ କରୁଥିବା ବେଳେ ୧୬ହଜାର ପୁଲିସ କର୍ମଚାରୀ ଓ ୧୫ଶହ ହୋମଗାଡର୍ ପ୍ରସ୍ତୁତ ଅଛନ୍ତି ବୋଲି ରାଜ୍ୟ ପୁଲିସ ସୂତ୍ରରୁ ସୂଚନା ରହିଛି।

ସେପଟେ ମଣ୍ଡୁସ ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ମଣ୍ଡୁସ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରିବ ଓ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ମହାବଳୀପୁରମ ନିକଟରେ ଦକ୍ଷିଣ ଆନ୍ଧ୍ର ତଟକୁ ପାର କରିବ।

। ଶୁକ୍ରବାର ରାତିରେ ଏହି ସାମୁଦ୍ରିକ ଝଡ ତାମିଲନାଡୁର ଉପକୂଳ ଛୁଇଁଥିଲା। ଶନିବାର ସକାଳୁ ବାତ୍ୟା ଦୁର୍ବଳ ହୋଇଥିବା ବେଳେ ରାଜ୍ୟର ଉପକୂଳବର୍ତ୍ତୀ ରାଜ୍ୟରେ ବର୍ଷା ଜାରି ରହିଛି।

Related Articles

Leave a Reply

Your email address will not be published.

Back to top button