ଜାତୀୟ

ଦେଶରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା

ଦେଶରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ହେତୁ ଗୁଜୁରାଟ, ମହାରାଷ୍ଟ୍ର, ଆସାମ ସମେତ ଅନେକ ରାଜ୍ୟରେ ପ୍ରକୃତିର ତାଣ୍ଡବ ଲୀଳା ରଚିଛି। ଆସାମ ବନ୍ୟାରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଗୁଜୁରାଟରେ ଅନେକ ରାସ୍ତା ଓ ପୋଲ ବୁଡିଯାଇଛି। ଅନେକ ରାଜ୍ୟରେ ଲୋକମାନେ ଭୂମିହୀନ ହୋଇଗଲେଣି। ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହି ସମୟରେ ଗୁଜୁରାଟ, ମହରାଷ୍ଟ୍ର, ମଧ୍ୟପ୍ରଦେଶର କିଛି ଅଂଶ ଛତିଶଗଡ, ଉତ୍ତର ତେଲେଙ୍ଗାନା, ଗୋଆ, ଉପକୂଳ କର୍ଣ୍ଣାଟକ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି।

ମୌସୁମୀ ପ୍ରବାହ ଯୋଗୁଁ ଗୁଜୁରାଟରେ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଗୁଜୁରାଟରେ ଦେଖାଦେଇଥିବା ବନ୍ୟା ଯୋଗୁଁ ବହୁ ଘର ଏବଂ ଗାଡିମଟର ପାଣିରେ ବୁଡି ରହିଛି। ଏହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେପଟେ ତେଲେଙ୍ଗାନାରେ ଭଦ୍ରାଚଲମରେ ଲଗାତାର ବର୍ଷା ପରେ ଗୋଦାବରୀ ନଦୀ ଅବନତି ଘଟିଛି। ତେଲେଙ୍ଗାନା ରାଜ୍ୟ ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଜିଲ୍ଲା କଲେକ୍ଟଙ୍କୁ ସତର୍କ ରହିବାକୁ କହିଛନ୍ତି।

କେରଳରେ ପ୍ରବଳ ବର୍ଷା ହେତୁ ଆଇଏମଡି ରବିବାର ଦିନ ଚାରୋଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button