ଘଟଣାଜାତୀୟ

ଦୁର୍ନୀତି ପର୍ଦ୍ଦାଫାଶ କରି ବାଜିଥିଲା ୭ ଟି ଗୁଳି…ଏବେ କେନ୍ଦ୍ର ପ୍ରସାଶନିକ ସେବା ରେ ହୋଇଛନ୍ତି ଉତ୍ତିର୍ଣ୍ଣ

କଥାରେ ଅଛି ରଖେ ହିରି ତ ମାରେ କିଏ । ରିଲ ନୁହେଁ ରିଅଲ ଲାଇଫ ରେ ହିରୋ । ଅପରାଧୀ ଅସଲି ବନ୍ଧୁକ ବି ଅସଲି ଫୁଟିଲା ଗୁଳି । ଗୋଟିଏ ନୁହେଁ ସାତ ରାଉଣ୍ଡ ଫାଇରିଙ୍ଗ ପରେ ମଧ୍ୟ୍ୟ ଉତ୍ତରପ୍ରଦେଶ ରାଜ୍ୟ ପ୍ରଶାସନିକ ସେବା ଅଫିସର ରୀଙ୍କୁ ରାହି ଙ୍କ ଜୀବନ ବଞ୍ଚିଲା । ୭ ଟି ଗୁଳି ଦେହରେ ବାଜିଲା।ମୁଜାଫରନଗରରେ ସୋସିଆଲ ୱେଲଫେୟାର ଅଫିସର ଥିବା ସମୟରେ ଶହେ କୋଟି ର ସ୍କଲାରସ୍କିପ ସ୍କାମ ର ପର୍ଦ୍ଦାଫାଶ କରିବାକୁ ଯାଇ ମାଫିଆ ଙ୍କ ଗୁଳି ର ଶିକାର ହେଲେ ରୀଙ୍କୁ ରାହି । ଅପରାଧୀ ଙ୍କ ଆକ୍ରମଣ , ସରକାର ଙ୍କ ପ୍ରତିଆକ୍ରମଣ ଷଙ୍ଘର୍ଷମୟ କାହିଣୀ ର ହିରୋ ରୀଙ୍କୁ ରାହି।

ରୀଙ୍କୁ ରାହି ୨୪ ବର୍ଷ ବୟସରେ ଉତ୍ତରପ୍ରଦେଶ ପ୍ରୋଭେନସିଆଲ ସର୍ଭିସ ରେ ଯୋଗ ଦେଲେ । ୨୬ ବର୍ଷ ହୋଇଥିବା ମାଫିଆ ଙ୍କ ଗୁଳି ର ଶିକାର ହେଲେ । ମୁହଁରେ କାନରେ ଏପରିକି ଆଖରେ ଗୁଳି ବାଜିଥିଲା ।ରାଜ୍ୟ ସରକାର ପକ୍ଷରୁ ସୁରକ୍ଷା ନାଁ ସହାୟତା କିଛି ବି ମିଳିଲା ନାହିଁ । ଘଟଣା ସମୟରେ ମାୟାବାତୀ ଙ୍କ ସରକାର ଥିଲା ତା ପରେ ସମାଜବାଦୀ ପାର୍ଟୀ ରାଜ କଲା ହେଲେ ଅବସ୍ଥା ଯଥା ପୁର୍ବଂ ତଥା ପରଂ । ହାରି ନଯାଇ ୟୁପିଏସି ପରୀକ୍ଷା ରେ ୬୮୩ ତମ ସ୍ଥାନ ହାସଲ କଲେ ।

ସରକାରୀ ଚାକିରି ରେ ଥାଇ ଅପରାଧୀ ଙ୍କ ସହ ଲଢେଇ କରୁଥିବା ସହ ସମାନ ଭାବରେ ସରକାରୀ ପ୍ରକିୟା ତାଙ୍କ ସହ ଲଢୁଥିଲା ।୮ ଜଣ ଆକ୍ରମଣକାରୀ ଙ୍କ ମଧ୍ୟ୍ୟରୁ ୪ ଜଣଙ୍କୁ ୧୦ ବର୍ଷ କାରାଦଣ୍ଡ ଦଣ୍ଡିତ କରାଯାଇଛି । ୪ ମାସ ହସପିଟାଲରେ ରହିଲେ ରୀଙ୍କୁ । ତାଙ୍କ ପ୍ରତି ମାଫିଆ ଙ୍କ ଆକ୍ରମଣ ଯେତିକି ଯନ୍ତ୍ରଣାଦାୟକ ନଥିଲା ସରକାର ଙ୍କ ମନୋଭାବ କାର୍ଯ୍ୟକଳାପ ଦୃଖଃଦାୟକ ଥିଲା, ମେଡିକାଲ ଲିଭ୍ ଆପ୍ରୁଭାଲ ହେଲା ନାହିଁ । ମାଫିଆ ଙ୍କ ରୋଶର ଶିକାର ହେଲେ ସରକାର ବି ଦାଉ ସାଧିଲା ।

ଦୁର୍ନିତି , ଅପରାଧ , ଅପାରଗାତ ବିରୋଧରେ ଲଢେଇ କରୁଥିବା ଅଫିସର ମାନଙ୍କ କାହାଣୀ ଠିକ ରୀଙ୍କୁ ରାହି ଙ୍କ ଭଲି । ସେଥିପାଇଁ ତ ଦୁର୍ନିତି ସମାଜର ଏକ ଅଂଶବିଶେଷ ହେବାକୁ ଯାଉଛି । “ଟୁଡେ କରପସନ ଇଜ ଏ ପାର୍ଟ ଅଫ ଲାଇଫ ଆଣ୍ଡ ହନେଷ୍ଟ ମ୍ୟାନ ଇଜ ଲାଇବଲିଟି”।

Related Articles

Leave a Reply

Your email address will not be published.

Back to top button