ଜାତୀୟ

ଚୀନ ଠାରୁ ଭାରତ ଭିନ୍ନ: ସିସିଏମବି

ହାଇଦ୍ରାବାଦ: କରୋନାର ବିଏଫ-୭ର ଗମ୍ଭୀରତା ଚୀନ ପରି  ଭାରତରେ ହୁଏତ ଦେଖା ଦେବା ନାହିଁ। କାରଣ ଭାରତୀୟଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବିକଶିତ ହୋଇ ସାରିଛି ବୋଲି ସେଣ୍ଟର ଫର ସେଲୁଲାର ଆଣ୍ଡ ମୋଲେକୁଲାର ବାୟୋଲୋଜି ବା ସିସିଏମବିର ସିଏସଆଇଆରର ସର୍ବୋଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି।

ସିସିଏମବି ନିର୍ଦ୍ଦେଶକ  ବିନୟ କେ ନନ୍ଦିକୁରି କୋଭିଡ ପ୍ରତି ଉପଯୁକ୍ତ ବ୍ୟବହାର ଅନୁପାଳନ ଉପରେ ଗୁରୁତ୍ବ ଦେଇ କହିଛନ୍ତି, ପ୍ରତେକ ଭାରିଆଣ୍ଟର ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାର ଶକ୍ତି ରହିଛି ଓ ଯେଉଁମାନଙ୍କ ଟୀକାକରଣ ହୋଇଛି ଓ ଯେଉଁମାନେ ପୂର୍ବରୁ ଓମିକ୍ରନ ଦ୍ବାରା ସଂକ୍ରମିତ ହୋଇଛନ୍ତି, ସେମାନେ ମଧ୍ୟ ସଂକ୍ରମିତ ହୋଇପାରନ୍ତି।

ତେବେ ଏହି ସଂକ୍ରମଣ ଡେଲ୍ଟା ପରି ମାରାତ୍ମକ ହେବ ନାହିଁ। କାରଣ ଆମ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇସାରିଛି। ବାସ୍ତବରେ ଆମର ରୋଗ ପ୍ରତିରୋଶ କ୍ଷମତା ବଢିଛି ଅନ୍ୟ ଭୂତାଣୁ ସଂସ୍ପର୍ଶରେ ଆସିବାରୁ।

ସେ ଆହୁରି କହିଛନ୍ତି କି, ଡେଲ୍ଟା ସମୟରେ ଆମେ ଏକ ସଂକଟାପନ୍ନ ସ୍ଥିତି ଦେଇ ଗତି କରିଛି। ଏହା ପରେ ଆମର ଟୀକାକରଣ ହୋଇଥିଲା। ଆମେ ଅନ୍ୟଠାରୁ ଭିନ୍ନ। ଚୀନରେ ସୃଷ୍ଟି ହୋଇଥିବା ସ୍ଥିତି ଏଠାରେ ଦେଖା ଦେବ ନାହିଁ ।

ମିଡିଆ ରିପୋର୍ଟ ଅନୁଯାୟୀ ଦେଶରେ ୪ଟି  ବିଏଫ-୭ ଭାରିଆଣ୍ଟ କେଶ ଚିହ୍ନଟ ହୋଇଛି ଓ ୨୦୧ଟି କରୋନ ସଂକ୍ରମଣ ସାମ୍ନାକୁ ଆସିଛି। ଏହା ପରେ ବର୍ତ୍ତମାନର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୩୯୭କୁ ବୃଦ୍ଧି ପାଇତିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଥିଲେ।

ସେପଟେ ଚୀନ ସଂକ୍ରମଣକୁ ନେଇ ଅଧିକାରୀଙ୍କ ସୂଚନା ମୁତାବକ, ଚୀନରେ ଜିରୋ କୋଭିଡ ପଲିସି ହଟିବା ପରେ ସଂକ୍ରମଣ ବୃଦ୍ଧି ଘଟିଛି। ଚୀନରେ ଅଧିକ ଲୋକଙ୍କ ଟୀକାକରଣ ହୋଇ ନାହିଁ। ମୁଖ୍ୟତଃ ବରିଷ୍ଠ ନାଗରିକଙ୍କୁ ଟୀକା ଦିଆଯାଇଛି।  ତେଣୁ ଭାରତରେ କରୋନାର ୱେଭକୁ ଏହାଇ ଦିଆଯାଇପାରେ।  

ଦେଶରେ ଉଭୟ କୋଭିଡ ପରୀକ୍ଷା ଓ ଥେରାପି ତଥା ଭ୍ୟାକ୍ସିନେସନ ସୁବିଧା ରହିଛି। ତେଣୁ ଚୀନ ପରି ସ୍ଥିତି ଭାରତରେ ସୃଷ୍ଟି ହେବ ନାହିଁ ବୋଲି ଜୋର ଦେଇଛନ୍ତି ଡ ନନ୍ଦିକୁରି।

Related Articles

Leave a Reply

Your email address will not be published.

Back to top button