ଜାତୀୟ

ବିଶ୍ବ ଦେଖିଲା ଭାରତର ଶକ୍ତି

()- କର୍ତ୍ତବ୍ୟ ପଥରେ ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ନିଜର ସ୍ୱଦେଶୀ ଶକ୍ତିର ପ୍ରଦର୍ଶନ କରିଛି। ବାୟୁସେନାର ଯୁଦ୍ଧ ବିମାନ ନିଜର ସମରକଳା କୌଶଳ ପ୍ରଦର୍ଶନ କରିଛି। ସମଗ୍ର ବିଶ୍ୱ ଭାରତର ଶକ୍ତି ସହିତ ପରିଚିତ ହୋଇଛି। ସେପଟେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି ନାରୀ ଶକ୍ତି। ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହୋଇଥିଲେ ମହିଳା ଯବାନ। ନାଭାଲ କଣ୍ଟିଜେଣ୍ଟରକୁ ଲିଡ୍ ନେଇଥିଲେ ମହିଳା ଅଫିସର। ଆତ୍ମନିର୍ଭର ଭାରତକୁ ଫୋକସ କରାଯାଇଥିଲା। ସ୍ୱଦେଶ ଜ୍ଞାନ କୌଶଳରେ ପ୍ରସ୍ତୁତ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯାଇଥିଲା।

ଜାନୁଆରୀ ୨୬ ତାରିଖ ଦେଶ ଓ ଦେଶବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। ଆଜିର ଦିନରେ ଭାରତର ସମ୍ୱିଧାନ ଲାଗୁ ହୋଇଥିଲା। ଏହି ଅବସରରେ ଆଜି ଭାରତୀୟ ସେନା ଦିଲ୍ଲୀର କର୍ତ୍ତବ୍ୟପଥରେ ସାରା ବିଶ୍ୱକୁ ନିଜର ପରାକ୍ରମ ଦେଖାଇଛି। ପରେଡ ସମୟରେ ଭାରତୀୟ ସେନା ବିଶ୍ୱକୁ ସ୍ୱଦେଶୀ ଜ୍ଞାନର ପରାକାଷ୍ଠା ଦେଖାଇଛି। ଆଜିର ପରେଡରେ ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ଫୋକସ କରିଛି। ପରେଡରେ ଯେଉଁ ୨୧ ତୋପ ସଲାମୀ ଦିଆଯାଇଛି ତାହାବି ଭାରତରେ ନିର୍ମିତ ହୋଇଥିବା ୧୦୫ ଏମଏମ ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯାଇଛି । ଆଜିର କାର୍ଯ୍ୟକ୍ରମରେ ଭାରତୀୟ ସେନା ଯେଉଁ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରିଛି ତାହା ମଧ୍ୟରେ ରହିଛି ଭାରତରେ ନିର୍ମିତ ବ୍ରହ୍ମୋସ ମିସାଇଲ ସିଷ୍ଟମ ଓ ଆକାଶ ଆର୍ମି ଲଞ୍ଚର। ଏହା ବ୍ୟତୀତ ନାଗ୍ ମିସାଇଲ ସିଷ୍ଟମ, କେ୯ ବଜ୍ର ଆର୍ଟିଲରି ଗନ, ଅର୍ଜୁନ ସାର୍କ ଟ୍ୟାଙ୍କ, ବିଏମପି-୨ସାରଥ, ଶର୍ଟ ସ୍ପିନ୍ ବ୍ରିଜ ସିଷ୍ଟମ, ମୋବାଇଲ ସିକ୍ୟୁରିଟି ସିଷ୍ଟମ ଓ କ୍ୱିକ୍ ଆକ୍ସନ ଟିମ୍ ଭେଇକିଲ ବି ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହାସହ ପ୍ରଥମଥର ପାଇଁ ଶତ୍ରୁଠାରୁ ସହଜରେ ରକ୍ଷା ପାଇବାକୁ ଦେଶରେ ନିର୍ମିତ ହୋଇଥିବା ଗରୁଡ କମାଣ୍ଡୋ ବି ପରେଡରେ ସାମିଲ ହୋଇଛି।

ପରେଡରେ ୬୧ଟି ଫେବଲରୀ, ୯ଟି ମଶିନୀକୃତ କାଲମ, ୬ଟି ମାଚିଂ ଦଳ, ୩ ପରମବୀର ଚକ୍ର ଓ ୩ ଅଶୋକ ଚକ୍ର ପୁରସ୍କାର ବିଜେତା ସାମିଲ ହୋଇଥିଲେ। ପରେଡରେ ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିଥିଲା କେବଳ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର। ଏଥର ସାଧାରଣତନ୍ତ୍ର ଦିବସ ପରେଡରେ ଆତ୍ମନିର୍ଭର ଭାରତ ନାରାକୁ ଆଉ ପାଦେ ଆଗକୁ ନେବାକୁ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ସେନା ବିଦେଶୀ ଅସ୍ତ୍ରଶସ୍ତ୍ର ବିନା କେବଳ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କେ-ନାଇନ୍ ବଜ୍ର ଓ ଏମବିଟି ଅର୍ଜୁନ୍ ଟ୍ୟାଙ୍କ୍ ସାମିଲ ହୋଇଥିଲା। ସେହିଭଳି ସ୍ଥଳସେନାର ଅନ୍ୟତମ ଶକ୍ତି ନାଗ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଜାଇଲ ଓ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଜାଇଲକୁ ପ୍ରଦର୍ଶନ କରାଯାଇଛି। ସେନାରେ ଏବେ ନୂଆ କରି ସାମିଲ ହୋଇଥିବା ଅତ୍ୟାଧୁନିକ ଆକାଶ ଏୟାର ଡିଫେନ୍ସ ମିସାଇଲ ବି ପରେଡରେ ମୁଖ୍ୟ ଆକର୍ଷଣ ରହିଥିଲା।

ଦିଲ୍ଲୀ ପୋଲିସର ସୂଚନା ମୁତାବକ ୬୫ ହଜାର ଲୋକ କର୍ତ୍ତବ୍ୟ ପଥରେ ପରେଡ ଦେଖିବାକୁ ଭିଡ ଜମାଇଥିଲେ। ହଜାର ହଜାର ଲୋକଙ୍କୁ ଆଜି ଦେଶରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖିବାର ସୁଯୋଗ ମିଳିଥିଲା। ସବୁଠାରୁ ବଡ କଥା ହେଲା, ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଥିଲା ନାରୀ ଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହୋଇଥିଲେ ମହିଳା ଯବାନ। ନାଭାଲ କଣ୍ଟିଜେଣ୍ଟରକୁ ଲିଡ୍ ନେଇଥିଲେ ମହିଳା ଅଫିସର। ଆତ୍ମନିର୍ଭର ଭାରତକୁ ଫୋକସ କରାଯାଇଥିଲା। ସ୍ୱଦେଶ ଜ୍ଞାନ କୌଶଳରେ ପ୍ରସ୍ତୁତ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ଆଜିର ଦିନରେ ଦେଶକୁ ମିଳିଥିଲା ବିଶ୍ୱ ସବୁଠାର ବଡ଼ ସମ୍ୱିଧାନ । ବ୍ରିଟିଶ ସାମ୍ୱିଧାନିକ ବ୍ୟବସ୍ଥା ଅପସାରଣ ପରେ ୧୯୫୦ ଜାନୁଆରୀ ୨୬ ତାରିଖରେ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରାରେ ପରିଣତ ହୋଇଥିଲା ଭାରତ। ଏହା ସହିତ ଦେଶରେ ଆରମ୍ଭ ହୋଇଥିଲା ଲିଖିତ ସାମ୍ୱିଧାନିକ ବ୍ୟବସ୍ଥା ।

ସେପଟେ ସୀମାରେ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଭାରତ-ପାକିସ୍ତାନ ମିଠା ଦିଆନିଆ ପ୍ରଥା ଏବର୍ଷ ବି ପାଳନ ହୋଇଛି। ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଅଟାରୀ-ୱାଘା ସୀମାରେ ବିଏସ୍‌ଏଫ୍‌ ଓ ପାକିସ୍ତାନୀ ରେଞ୍ଜର୍ସ ମିଠା ଦିଆନିଆ ହୋଇଛନ୍ତି। ଅଟାରୀ-ୱାଘା ସୀମାରେ ସୀମା ସୁରକ୍ଷା ବଳ ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ଦେଇଥିବା ସୂଚନା ରହିଛି। ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଳୀରେ କର୍ତ୍ତବ୍ୟ ପଥରେ ହୋଇଥିବା ପରେଡ୍‌ରେ ଅନେକ ରାଜ୍ୟର ଝଲକ ଦେଖିବାକୁ ମିଳିଛି। ଏହି ପରେଡ୍‌ରେ ଉତ୍ତରପ୍ରଦେଶର ଝଲକରେ ଅଯୋଧ୍ୟାର ୩ ଦିନିଆ ଦୀପ ଉତ୍ସବକୁ ବି ପ୍ରଦର୍ଶନ କରାଯାଇଛି। ହରିଆଣାର ଝଲକରେ ଭଗବଦ୍‌ ଗୀତା ଡିଜାଇନ୍‌ ଦେଖିବାକୁ ମିଳିଛି। କିପରି ଭଗବାନ କୃଷ୍ଣ ଅର୍ଜୁନଙ୍କ ରଥରେ ସାରଥୀ ହୋଇ ଗୀତା ସଂପର୍କରେ ବୁଝାଉଛନ୍ତି ତାହା ଦେଖିବାକୁ ମିଳିଛି। ସେହିପରି ଦିଲ୍ଲୀର କର୍ତ୍ତବ୍ୟ ପଥରେ ଝାରଖଣ୍ଡ, ଅରୁଣାଚଳପ୍ରଦେଶ, ଜମ୍ମୁ-କଶ୍ମୀର ଓ କେରଳର ଝଲକ ଦେଖିବାକୁ ମିଳିଛି। ଏହିପରି ଭାବେ ବିଭିନ୍ନ ରାଜ୍ୟର କଥା ଏହି ପରେଡ୍‌ରେ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରା‌ଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଦେଶ ପାଇଁ ଜୀବନ ଦେଇଥିବା ବୀରମାନଙ୍କୁ ଶ୍ରୀଦ୍ଧାଞ୍ଜଳି ଅର୍ପଣ କରିଥିଲେ। କର୍ତ୍ତବ୍ୟ ପଥରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେଠାରେ ତାଙ୍କର ସ୍ୱାଗତ କରିଥିଲେ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button