ଜାତୀୟବିଶ୍ୱ

ତେଲକୁ ନେଇ ଜୟଶଙ୍କରଙ୍କ ମତ

ନୂଆଦିଲ୍ଲୀ: ଜୟଶଙ୍କରଙ୍କ ଋଷ ଗସ୍ତ କାଳରେ ସେ ତାଙ୍କ ପ୍ରତିପକ୍ଷ ସେରଗେ ଲାଭରୋଭଙ୍କୁ ଭେଟି ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଋଷଠାରୁ ତେଲ କିଣିବାକୁ ନେଇ ଜୟଶଙ୍କର କହିଛନ୍ତି, ଭାରତ ଏମିତି ଏକ ଦେଶ ଯେଉଁଠି ତେଲ ଓ ଗ୍ୟାସର ବ୍ୟବହାର ବିଶ୍ବରେ ତୃତୀୟ ସ୍ଥାନ ନେଇଛି। କିନ୍ତୁ ଲୋକଙ୍କ ଉପାର୍ଜନ ସେତେ ଅଧିକ ନୁହେଁ। ତେଣୁ ଆମପାଇଁ ଜରୁରୀ କି, ଆମେ ସଠିକ ଦରରେ ସାମଗ୍ରୀର କ୍ରୟ କରିବୁ। ତେଣୁ ଭାରତ ଋଷ ସମ୍ବନ୍ଧକୁ ଗୁରୁତ୍ବ ଦିଆଯାଉଛି। ଋଷ- ୟୁକ୍ରେନ ଯୁଦ୍ଧ ମଦ୍ୟରେ ମଧ୍ୟ ଭାରତ ଋଷ ଠାରୁ ତେଲ କିଣିବା ଜାରି ରଖଛି। ପଶ୍ଚିମ ଦେଶଗୁଡିକର ସମସ୍ତ ବିରୋଧ ସତ୍ତ୍ବେ ବି କାରବାର ଜାରି ରହିଛି। ବହୁଧ୍ରୁବୀୟ ଓ ନୂଆସନ୍ତୁଳିତ ଦୁନିଆରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଜାରି ରହିଛି। ଏହି ସମ୍ପର୍କ ଦୀର୍ଘ ସମୟରୁ ରହିଛି ଓ ପରସ୍ପର ଉପରେ ସର୍ବଦା ଭରଶା କାଏମ ରହିଛି।  ଏହି ସମ୍ବନ୍ଧ ଆମକୁ ଲାଭ ଦେଉଛି। ଏହି ସମ୍ବନ୍ଧକୁ ଆଗକୁ ମଧ୍ୟ ଜାରି ରଖିବୁ ବୋଲି କହିଛନ୍ତି ଜୟଶଙ୍କର। 

ସେପଟେ ଜୟଶଙ୍କରଙ୍କ ମସ୍କୋ ଯାତ୍ରା ଉପରେ ଆମେରିକା ବିଦେଶ ବିଭାଗ ପ୍ରବକ୍ତା ନେଡ ପ୍ରାଇସ କହିଛନ୍ତି କି, ଋଷକୁ ମୁଖ୍ୟତଃ ଭାରତ ପରି ରାଷ୍ଟ୍ର ଗୁଡିକଙ୍କ କୂଟନୀତି ଓ ସନ୍ଦେଶକୁ ବୁଝିବାର ଆବଶ୍ୟକତା ରହିଛି।  ଋଷ ପାଇଁ ଏସ ଜୟଶଙ୍କରଙ୍କ ସନ୍ଦେଶ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଠାରୁ ଭିନ୍ନ ନୁହେଁ, ଯାହା ବ୍ଲାଡିମିର ପୁଟିନଙ୍କ ପାଇଁ ଥିଲା। ନେଡ ଭାରତ ଓ ଋଷ ମଧ୍ୟରେ ତେଲ କ୍ରୟକୁ ନେଇକହିଛନ୍ତି କି, ସାମୂହିକ ହିତକୁ ଦେଖି ଭାରତ ଋଷ ଉପରେ ତାର ନିର୍ଭର କମ କରିବା ଜରୁରୀ। କିନ୍ତୁ ଏହା ଉଭୟ ଦେଶଙ୍କ ଦ୍ବିପାକ୍ଷିକ ହିତ ସହଜଡିତ। ଦେଶମାନଙ୍କୁ ଏହା ବୁଝିବା ଜରୁରୀ କି ଋଷ ନାହିଁ ଶକ୍ତି କ୍ଷେତ୍ରରେ ବିଶ୍ବାସନୀୟ ନାହିଁ ସୁରକ୍ଷା ଉପକରଣ ସପ୍ଲାଇରେ। ଋଷ କଦାପି ଭରସା ଯୋଗ୍ୟ ନୁହେଁ।

Related Articles

Leave a Reply

Your email address will not be published.

Back to top button