
ହାଇଦ୍ରାବାଦ: ରବିବାର ନୀତିଆୟୋଗ ବୈଠକ ହେବାକୁ ଥିବାବେଳେ କିନ୍ତୁ ଏହି ବୈଠକକୁ ପ୍ରତ୍ୟାକ୍ଷାନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମାଧ୍ୟରେ ଜଣାଇ ଦେଇଛନ୍ତି। ଚିଠିରେ ରାଓ ଜଣାଇଛନ୍ତି କି, ସେ ନୀତିଆୟୋଗ ବୈଠକରେ ଭାଗ ନ ନେବାକୁ ସ୍ଥିର କରିଛନ୍ତି। ଏହି ନିଷ୍ପତ୍ତି କେନ୍ଦ୍ର ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ସେ ନେଇଛନ୍ତି। ବତ୍ତର୍ମାନ କେନ୍ଦ୍ର ରାଜ୍ୟରାଜ୍ୟ ମଧ୍ୟରେ କରୁଥିବା ପାତର ଅନ୍ତର ନୀତିକୁ ସେ ବିରୋଧ କରି ଏପରି କରିଥିବା ନିଜ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି।
କେସିଆର ଆହୁରି କହିଛନ୍ତି କି, କେନ୍ଦ୍ରର ଏପରି କାର୍ଯ୍ୟ ତେଲେଙ୍ଗାନା ପରିରାଜ୍ୟକୁ ନିରୁତ୍ସାହିତ କରୁଛି। କିଛି ରାଜ୍ୟ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଦେଶର ସଂଘୀୟ ବ୍ୟବସ୍ଥାର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।